Eid
ଓଡ଼ିଶାରେ ଆସନ୍ତା ୧୧ତାରିଖ ଗୁରୁବାର ପବିତ୍ର ଇଦ୍-ଉଲ-ଫିତର ପାଳନ ହେବ । ରାଜ୍ୟର ମୁସଲିମ୍ ସମୁଦାୟର ଲୋକମାନେ ୧୧ତାରିଖରେ ଇଦ୍ ପାଳିବେ ବୋଲି କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ଘୋଷଣା କରିଛନ୍ତି ।
ଆଜି ଚାନ୍ଦ ଦୃଶ୍ୟମାନ ନହେବା ପରେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ପକ୍ଷରୁ କୁହାଯାଇଛି ଯେ, ଆଜି ମଙ୍ଗଳବାର ଆକାଶରେ ଚାନ୍ଦ(ଚନ୍ଦ୍ର) ଦେଖାନଯିବା କାରଣରୁ ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ଇସଲାମିକ ପରମ୍ପରା ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ । ଯଦି ପବିତ୍ର ରମଜାନ୍ ମାସର ୨୯ତମ ଦିନରେ ଚାନ୍ଦ ଦୃଶ୍ୟମାନ ନହୁଏ ତା’ହେଲେ ୩୦ତମ ଦିନ ଉପବାସ କରାଯାଏ ଓ ତା’ର ପରଦିନ ଇଦ୍ ଉଲ-ଫିତର ପାଳନ କରାଯାଏ ।
ଅବଶ୍ୟ ସାଉଦିଆରବରେ ବୁଧବାର ଇଦ୍ ପାଳନ କରାଯିବ । କାରଣ ସେଠାରେ ମଙ୍ଗଳବାର ଚାନ୍ଦ ଦୃଶ୍ୟମାନ ହୋଇଛି । ସାଧାରଣତଃ ସାଉଦିଆରବ ଭଳି ମରୁଭୂମି ଥିବା ଦେଶଗୁଡ଼ିକରେ ଇଦ୍ ପାଳନର ଦିନକ ପରେ ଭାରତରେ ଇଦ୍ ପାଳିତ ହୋଇଥାଏ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Eid_1712670692.jpg)