Advertisment

ବ୍ରହ୍ମପୁରରୁ ଅଯୋଧ୍ୟାକୁ ପଦଯାତ୍ରା

ଦୈନିକ 30ରୁ 35 କିଲୋମିଟର ରାସ୍ତା ଅତିକ୍ରମ କରିବା ସହିତ ରାତ୍ର ସମୟରେ ମଠ ଓ ମନ୍ଦିରରେ ଅବସ୍ଥାନ କରୁଛନ୍ତି।

author-image
Manoj Swain

ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର। ଏହି ଭବ୍ୟ ମନ୍ଦିରକୁ ଦର୍ଶନ ପାଇଁ ବ୍ରହ୍ମପୁରରୁ ଅଯୋଧ୍ୟାକୁ ପଦଯାତ୍ରାରେ ବାହାରିଛନ୍ତି ଦୁଇ ଜଣ ଯୁବକ। ଏହି ଦୁଇ ଜଣ ଯୁବକ ହେଲେ, ବ୍ରହ୍ମପୁର ଚାନ୍ଦପୁରରୁ କୁରେଶ ବେହେରା ଓ ସୋନୁ ବିଶୋୟୀ। ଏହି ଦୁଇ ଜଣ ଯୁବକ ମନରେ ଆବେଗ ଓ ଦେହରେ କଷ୍ଟ ହେଉଥିବା ବେଳେ ମଧ୍ୟ ଶ୍ରୀରାମ ଶ୍ରୀରାମ ଜପି ଜପି ଚାଲିଛନ୍ତି। ଗତ ଡିସେମ୍ବର 30 ତାରିଖରେ ବ୍ରହ୍ମପୁରରୁ ଆରମ୍ଭ କରିଥିଲେ ତାଙ୍କ ଯାତ୍ରା। ସେମାନେ ଦୈନିକ 30ରୁ 35 କିଲୋମିଟର ରାସ୍ତା ଅତିକ୍ରମ କରିବା ସହିତ ରାତ୍ର ସମୟରେ ମଠ ଓ ମନ୍ଦିରରେ ଅବସ୍ଥାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ 320 କି.ମି ରାସ୍ତା ଅତିକ୍ରମ କରିଥିବାବେଳେ ଆଗକୁ ଆହୁରି 1000 କି.ମି ରୁ ଅଧିକ ରାସ୍ତା ବାକି ଅଛି। 

Advertisment
Odisha Ayodhya Ram Mandir