Advertisment

‘ମାଗଣାରେ ମହାପ୍ରସାଦ ଦେବାକୁ ରୂପରେଖ ପ୍ରସ୍ତୁତ କରାଯାଉଛି’

ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ। ଯେଉଁଠି ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ନୀତିକାନ୍ତି, ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଭକ୍ତଙ୍କୁ ତଥ୍ୟ ଦିଆଯିବ।

author-image
Jitendra Garnayak

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ଏନେଇ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ କେବଠୁ ଓ କେମିତି ଦିଆଯିବ ମହାପ୍ରସାଦ, ସେନେଇ ଆଇନ ମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି, ଏ ସଂପର୍କରେ ରାଜ୍ୟ ସରକାର ଏକ ରୂପରେଖ ପ୍ରସ୍ତୁତ କରୁଛନ୍ତି।

Advertisment
Mahaprasad