Advertisment

ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ସହାୟତା ନେଲେ ମିଳିବ ୪୦୦୦ ହଜାର ଟଙ୍କା

ସ୍ୱର୍ଗଦ୍ୱାରରେ ଆଉ ବୋହିବାକୁ ପଡ଼ିବନି କାଠ। ମୋବାଇଲ୍‌କୁ ଆସିବ ରେଜିଷ୍ଟ୍ରେସନ ନମ୍ବର ଏସ୍‌ଏମ୍‌ଏସ୍।

ଅଦ୍ୟତନ ହୋଇଛି
 Puri SwargaDwar

Puri SwargaDwar

Advertisment

ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କରାଯାଇଛି। ଯେକେହି ଏହି ସହାୟତା ରାଶିର ସୁବିଧା ନେଇ ଏଠାରେ ଆତ୍ମିୟଙ୍କ ଶେଷ ସଂସ୍କାର କରିପାରିବ। ପୂର୍ବରୁ ଏଠାରେ ହରିଶ୍ଚନ୍ଦ୍ର ସହାୟତା ରାଶି ୩ ହଜାର ଟଙ୍କା ଦିଆଯାଉଥିବା ବେଳେ ଗତକାଲି ମଧ୍ୟ ରାତ୍ରୀ ଠାରୁ ସହାୟତା ରାଶିକୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

Advertisment

୪ ହଜାର ଟଙ୍କା ଭିତରେ ସେମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ। ଜଣେ ହିତାଧିକାରୀ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତାରେ ଦାହ କାର୍ଯ୍ୟ ପାଇଁ ଦେଢ଼ କ୍ୟୁଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୧ କ୍ୟୁଣ୍ଟାଲ ୮୦ କେଜିକୁ ବୃଦ୍ଧି କରାଯାଇଛି। ସେହିପରି ପଥଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ଗ୍ରାମରୁ ୩୦୦ ଗ୍ରାମ କରାଯାଇଛି। ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି କାଠ ବୋହି ନେବା ପାଇଁ ପୂର୍ବରୁ କେବଳ ଟ୍ରଲି ସୁବିଧା ପାଉଥିଲେ, ଏବେ ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକ ମୁତୟନ କରାଯାଇଛି। ଯାହା ଫଳରେ ମୃତବ୍ୟକ୍ତିଙ୍କ ଦାହ ସଂସ୍କାର ସ୍ଥାନକୁ ଏହି ସେବକ ମାନେ ଟ୍ରଲି ସାହାଯ୍ୟରେ କାଠ ବୋହି ନେଇ ଥୋଇବେ। 

ଏହା ସହିତ ସ୍ଵର୍ଗଦ୍ଵାର ସେବାକେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଯାହା ଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି ତେବେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ପୁଣି ସହଜରେ ଏହାର ରସିଦ ନକଲ ପାଇ ପାରିବେ।

Advertisment

ଆଗକୁ ଲୋକେ ସେମାନଙ୍କ ପରିଜନଙ୍କ ମୃତଦେହକୁ ଏଠାରେ ସୁବିଧାରେ ଶେଷ ସଂସ୍କାର କରିବା ନିମନ୍ତେ ସ୍ଵର୍ଗଦ୍ଵାର ଆପ୍ ଓ ୱେବସାଇଟର ସୁବିଧା ପାଇବେ।

ମୃତଦେହ ସଂସ୍କାର ନିମନ୍ତେ ଏଠାରେ ନିଯୁକ୍ତ ସଂସ୍କାର ସେବକଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯିବା ସହ ମୃତ୍ୟୁକାଳୀନ ଓ ବିବାହ ସହାୟତା ରାଶି ମଧ୍ୟ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। 

ପୁରୀ ସ୍ଵର୍ଗଦ୍ଵାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ପରିଚାଳନା ଦାୟିତ୍ୱରେ ଥିବା ସ୍ଵର୍ଗଦ୍ଵାର ସେବା ସମିତି ଏହି ପଦକ୍ଷେପ ନେଇଛି। ଏନେଇ ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ସ୍ଵର୍ଗଦ୍ଵାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁରୀ ପୌରସଂସ୍ଥା ଠାରୁ ଦାୟିତ୍ୱ କାଢ଼ି ନେଇ ସ୍ଵର୍ଗଦ୍ଵାର ସେବା ସମିତି ହାତରେ ଦିଆଯାଇଛି। ସ୍ୱର୍ଗଦ୍ୱାରରେ ଅବ୍ୟବସ୍ଥା, ଶବ ସଂସ୍କାରରେ ତ୍ରୁଟି, ହରିଶ୍ଚନ୍ଦ୍ର ସହାୟତା ରାଶି ବାଟମାରଣ, ଜନ ଅସନ୍ତୋଷକୁ ନେଇ ଆରଡିସି ତଦନ୍ତ ରିପୋର୍ଟ ଆସିବା ପରେ ପରିଚାଳନା ଦାୟିତ୍ୱକୁ ପୁରୀ ପୌରସଂସ୍ଥା ଠାରୁ କାଢ଼ି ନିଆଯାଇ ନୂତନ ଭାବେ ଗଠିତ କମିଟି ହାତରେ ଦିଆଯାଇଥିଲା।

Puri Last Rites
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe