Advertisment

କେମିତି ହେବ ରତ୍ନ ଭଣ୍ଡାର ଅଳଙ୍କାର ଗଣତି?

ସୂଚନାଯୋଗ୍ୟ ଯେ, ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଗତ ଫେବୃୟାରୀ ୨୯ତାରିଖରେ ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଓ ଏହି କମିଟି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ତଦାରଖ ଓ ଅଳଙ୍କାର ଗଣନା କରିବ ।

author-image
Manoj Swain

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ। ପ୍ରଥମେ ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜୀଉଙ୍କୁ ଦର୍ଶନ କରି ବୈଠକ ଆରମ୍ଭ କରିଥିଲେ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ଘଣ୍ଟାଧିକ କାଳ ଚାଲିଲା ବିସ୍ତୃତ ମାନସ ମନ୍ଥନ। ସୂଚନାଯୋଗ୍ୟ ଯେ, ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଗତ ଫେବୃୟାରୀ ୨୯ତାରିଖରେ ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଓ ଏହି କମିଟି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ତଦାରଖ ଓ ଅଳଙ୍କାର ଗଣନା କରିବ । ଏହି କମିଟିରେ ୧୨ଜଣ ସଦସ୍ୟ ଅଛନ୍ତି।

Advertisment
Odisha Puri Shreemandir Ratna Bhandar