Advertisment

ରାମ ଲଲା ଏହି ନାଁରେ ପରିଚିତ ହେବେ

ଗତକାଲି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା।

Ram Lalla

Ram Lalla

Advertisment

ସୋମବାର ଅଯୋଧ୍ୟାର ନବ ନିର୍ମିତ ଭବ୍ୟ ରାମ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ‘ରାମ ଲଲା’ଙ୍କ ମୂର୍ତ୍ତି ‘ବାଲକ୍‌ ରାମ୍’ ନାଁରେ ପରିଚିତ ହେବେ। ଭଗବାନ ଏଠାରେ ୫ ବର୍ଷର ବାଳକ ରୂପରେ ପୂଜା ପାଉଥିବା ଯୋଗୁ ତାଙ୍କ ନାଁ ‘ବାଲକ୍ ରାମ୍’ ରଖାଯାଇଛି ବୋଲି ପ୍ରତିଷ୍ଠା କାର୍ଯ୍ୟରେ ସାମିଲ ହୋଇଥିବା ପୂଜକ ଅରୁଣ ଦୀକ୍ଷିତ କହିଛନ୍ତି।

Advertisment

ସେ କହିଛନ୍ତି, ପ୍ରଥମ ଥର ଯେତେବେଳେ ମୁଁ ଭଗବାନଙ୍କର ଏହି ମୂର୍ତ୍ତି ଦେଖିଲି ମୋ ଆଖିରୁ ଲୁହ ଗଡ଼ି ଯାଇଥିଲା। ସେତେବେଳେ ମୁଁ ଯାହା ଅନୁଭବ କରୁଥିଲି,ତାକୁ ଭାଷାରେ ବର୍ଣ୍ଣନା କରିପାରିବି ନାହିଁ।

୫୦ରୁ ୬୦ଟି ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ କରିଥିବା ପୂଜକ ଅରୁଣ ଦୀକ୍ଷିତ କହିଛନ୍ତି, ମୁଁ ଯେତେ ବି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଛି, ସେଗୁଡ଼ିକ ମଧ୍ୟରେ ଏହା ଥିଲା ଅଲୌକିକ ଓ ସର୍ବୋଚ୍ଚ। ମୁଁ ଜାନୁଆରୀ ୧୮ରେ ରାମ ଲଲାଙ୍କ ମୂର୍ତ୍ତିର ଦର୍ଶନ କରିବାର ସୁଯୋଗ ପାଇଥିଲି।

Advertisment

ଗତକାଲି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା। ପ୍ରାଣ ପ୍ରତିଷ୍ଠା ପୂଜାରେ ମୁଖ୍ୟ ଯଜମାନ ଭୂମିକା ନିର୍ବାହ କରିଥିଲେ ପ୍ରଧାନମନ୍ତ୍ରୀ।

Ram Lalla Ram Lalla Idol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe