Advertisment

ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଥାଇଲ୍ୟାଣ୍ଡରୁ ଭାରତକୁ ଫେରିଲା

ଭଗବାନ ବୁଦ୍ଧ ଓ ତାଙ୍କର ଦୁଇ ଶିଷ୍ୟ ଅବଶେଷକୁ ଦିଲ୍ଲୀ ପାଲମ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି।

Lord Buddha

Lord Buddha

Advertisment

ଥାଇଲାଣ୍ଡରୁ ଭାରତ ଫେରିଲା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଜକୀୟ ସମ୍ମାନ ସହ ଅବଶେଷକୁ ଭାରତ ଅଣାଯାଇଛି। ଭଗବାନ ବୁଦ୍ଧ ଓ ତାଙ୍କର ଦୁଇ ଶିଷ୍ୟ ଅରହତ ସାରିପୁତ୍ର ଏବଂ ଅରହତ ମୋଦଗଲାୟନଙ୍କ ଅବଶେଷକୁ ଦିଲ୍ଲୀ ପାଲମ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି।

Advertisment

ଭଗବାନ ବୁଦ୍ଧଙ୍କ ଅବଶେଷ କିଭଳି ସସମ୍ମାନେ ଭାରତ ପହଁଚିବ ତାର ସମସ୍ତ ବ୍ୟବସ୍ଥା କରିଥିଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି। ପୂର୍ବରୁ ବ୍ୟାଙ୍ଗକକ୍ ର ସନମ ଲୁଆଙ୍ଗ ମଣ୍ଡପରେ ଅବଶେଷର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଭାରତ ପଠାଯାଇଥିଲା। ବୁଦ୍ଧଙ୍କ ଅବଶେଷ ଭାରତ ଫେରିବା ଅବସରରେ ଶତାଧିକ ବୌଦ୍ଧ ଭିକ୍ଷୁ ଏବଂ ପୂଜକ ବିଶେଷ ପୂଜା ଏବଂ ପ୍ରାର୍ଥନା କରିଛନ୍ତି।

Lord Buddha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe