Advertisment

ଖୋଲା ଆକାଶ ତଳେ ବସିଛନ୍ତି ମହାପ୍ରଭୁ ଜଗନ୍ନାଥ

କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କର ଆଶୀର୍ବାଦଟିଏ ପାଇବା ପାଇଁ କାହିଁ କେତେ ବାଟରୁ ଧାଇଁ ଆସୁଛି ଭକ୍ତିଟିଏ। ମନ ପ୍ରାଣ ଦେଇ ନିଜକୁ ମହାପ୍ରଭୁଙ୍କ ପାଦ ତଳେ ସମର୍ପି ଦେଉଛି। ହେଲେ ଇଏ କଣ?

author-image
Manoj Swain

କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କର ଆଶୀର୍ବାଦଟିଏ ପାଇବା ପାଇଁ କାହିଁ କେତେ ବାଟରୁ ଧାଇଁ ଆସୁଛି ଭକ୍ତିଟିଏ। ମନ ପ୍ରାଣ ଦେଇ ନିଜକୁ ମହାପ୍ରଭୁଙ୍କ ପାଦ ତଳେ ସମର୍ପି ଦେଉଛି। ହେଲେ ଇଏ କଣ? ଜଗତର ନିଅନ୍ତା, ପ୍ରତିଟି ଓଡ଼ିଆର ଅତି ପ୍ରିୟର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବସିଛନ୍ତି ପଡ଼ିଆ ମଝିରେ ଓ ଖୋଲା ଆକାଶ ତଳେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୩ ଦିନ ଧରି ପଡ଼ିଆ ମଝିରେ ବସିଛନ୍ତି। ଆଉ ପବନ ଦେଲେ ଝୁଲୁଛନ୍ତି। ଭଦ୍ରକ ନେହରୁ ଷ୍ଟାଡିୟମରେ ଏପରି ଭାବେ ମହାପ୍ରଭୁଙ୍କ ଅପମାନିତ କରାଯାଇଛି। 

Advertisment
Odisha Bhadrak