Advertisment

ଗାଁରୁ ଦିଲ୍ଲୀ ଆଣି ହିନ୍ଦୁଙ୍କୁ କରାଯାଉଛି ଖ୍ରୀଷ୍ଟିଆନ, ଉଦବେଗ ପ୍ରକାଶ କଲେ ହାଇକୋର୍ଟ

ଯଦି ଏପରି ଧାରା ଅବ୍ୟାହତ ରହେ ତେବେ ଦିନେ ବହୁଜନ ସମ୍ପ୍ରଦାୟ ସଂଖ୍ୟାଲଘୁ ହୋଇଯିବେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

ଅଦ୍ୟତନ ହୋଇଛି
Allahabad High Court

Allahabad High Court

Advertisment

କୌଣସି ବଡ଼ ବଡ଼ ସମାବେଶରେ ହେଉଥିବା ଧର୍ମାନ୍ତିକରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଯଦି ଏପରି ଧାରା ଅବ୍ୟାହତ ରହେ ତେବେ ଦିନେ ବହୁଜନ ସମ୍ପ୍ରଦାୟ ସଂଖ୍ୟାଲଘୁ ହୋଇଯିବେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। 

Advertisment

ଜୋର୍ ଜବରଦସ୍ତ ଧର୍ମାନ୍ତିକରଣ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ଏପରି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରୱାଲ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତର ଜାମିନକୁ ଖାରଜ କରି ଦେଇଛନ୍ତି।

ସୂଚନା ଅନୁସାରେ, ରାମକଲି ପ୍ରଜାପତି ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲା ମଉଦାହା ଗାଁର କୈଳାସଙ୍କ ବିରୋଧରେ ଧର୍ମାନ୍ତିକରଣର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, କୈଳାସ ତାଙ୍କ ମାନସିକ ଅସୁସ୍ଥ ଭାଇକୁ ଡାକ୍ତର ଦେଖାଇବାକୁ କହି ଦିଲ୍ଲୀ ନେଇଥିଲେ। କିନ୍ତୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ଗାଁକୁ ଫେରି ନଥିଲେ। 

Advertisment

କିଛି ଦିନ ପରେ କୈଳାସ ଗାଁକୁ ଫେରି ଗ୍ରାମବାସୀଙ୍କୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଥିଲେ। ଗ୍ରାମବାସୀ ମଧ୍ୟ ତାଙ୍କ କଥାରେ ଦିଲ୍ଲୀ ଆସିଥିଲେ। ସେଠାରେ ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ପରିବର୍ତ୍ତନ କରିଦିଆ ଯାଇଥିବା ଅଭିଯୋଗ କରିଥିଲା ପ୍ରଜାପତି। 

ଏଫଆଇଆରରେ ପ୍ରଜାପତି ଆହୁରି ଅଭିଯୋଗ କରିଥିଲେ ଯେ, ଧର୍ମାନ୍ତିକରଣ ପାଇଁ କୈଳାସ କିଛି ଲୋକଙ୍କଠାରୁ ଟଙ୍କା ମଧ୍ୟ ନେଇଥିଲେ। ଏହି ଅଭିଯୋଗ ପରେ ପୁଲିସ କୈଳାସକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି କୈଳାସର ଜାମିନ ଶୁଣାଣି ସମୟରେ ଏପରି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଗୁରୁତର ଉଦବେଗ ପ୍ରକାଶ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। 

ହାଇକୋର୍ଟ କହିଛନ୍ତି, "ଯଦି ଏହିପରି ପ୍ରକ୍ରିୟା ଜାରି ରହେ, ତେବେ ଦେଶର ବହୁଜନ ସମ୍ପ୍ରଦାୟ ଦିନେ ସଂଖ୍ୟାଲଘୁ ହୋଇଯିବେ। ଭାରତୀୟ ନାଗରିକଙ୍କ ଧର୍ମ ପରିବର୍ତ୍ତନ କରାଯାଉଥିବା ଏପରି ଧାର୍ମିକ ସଭାକୁ ତୁରନ୍ତ ବନ୍ଦ କରାଯିବା ଉଚିତ୍।

ଏସବୁ ସଭା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି କାର୍ଯ୍ୟକଳାପ ସମ୍ବିଧାନର ଧାରା ୨୫ର ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଙ୍ଘନ କରିଥାଏ। ଧର୍ମକୁ ପ୍ରୋତ୍ସାହିତ କରିବାର ଅର୍ଥ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ନିଜ ଧର୍ମରେ ପରିଣତ କରିବା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। 

Religious Harmony Anti Conversion Law Allahabad High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe