ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ। ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ। ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ ପୂଜକ ସମିତି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଏହି ନିଷ୍ପତି।
ସେହିପରି କାଉଡ଼ିଆମାନେ ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। କଂକ୍ରିଟ୍ ପୋଲ ପୂର୍ବରୁ ସେମାନେ ବାହୁଙ୍ଗି ଥୋଇ କଳସ ନେଇ ମନ୍ଦିର ଭିତରକୁ ଯିବେ।
Also Read
ଚଳିତ ବର୍ଷ ଜୁଲାଇ ୨୨, ଜୁଲାଇ ୨୯, ଅଗଷ୍ଟ ୫, ଅଗଷ୍ଟ ୧୨ ଓ ଅଗଷ୍ଟ ୧୯ରେ ଜଳାଭିଷେକ ହେବ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୂଜକ ସମିତି ପକ୍ଷରୁ କୁହାଯାଇଛି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୂଜକ ସମିତି, ପୁଲିସ ପ୍ରଶାସନ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Religion
ପୋଖରୀରେ ଗାଧୋଇଲେ ଜ୍ୱର ଭଲ ହୁଏ !
ପୁରୀ ଜିଲ୍ଲାର କାକଟପୁର-ଅସ୍ତରଙ୍ଗ ରାସ୍ତାରେ ପଡେ ମା ଉକୁଳେଇ ଠାକୁରାଣୀଙ୍କର ଏହି ପୀଠ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ପ୍ରଗାଢ ବିଶ୍ୱାସ ରହିଛି।
Religion
ଦୁର୍ଗାପୂଜା କଟକଣା; ନମାଜ ଓ ଆଜାନ ପାଠ ବେଳେ ବାଜିବନି ଗୀତ
ନମାଜ ଓ ଆଜାନ ପାଠ ସମୟରେ ବାଦ୍ୟଯନ୍ତ୍ର ତଥା ଗୀତ ନ ବଜାଇବାକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ କୁହାଯାଇଛି।
Religion
ନିଆରା ପରମ୍ପରା; ଭଗବାନଙ୍କ ବିରୁଦ୍ଧରେ ରୁଜୁ ହୁଏ ମାମଲା, କୋର୍ଟରେ ମିଳେ ଦଣ୍ଡ
ଭଗବାନ ମନୋବାଞ୍ଛା ପୂର୍ଣ୍ଣ କରିନଥିଲେ ଭକ୍ତ ଅଭିଯୋଗ କରେ। କୁକୁଡ଼ାକୁ ସାକ୍ଷୀ ରଖି ଦିଆଯାଏ ଦଣ୍ଡ।
Religion
ଗଣେଶ ପୂଜା ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ
ଗଣେଶ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି ହେବ କାର୍ଯ୍ୟାନୁଷ୍ଠାନ।
Religion
‘ମାଗଣାରେ ମହାପ୍ରସାଦ ଦେବାକୁ ରୂପରେଖ ପ୍ରସ୍ତୁତ କରାଯାଉଛି’
ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ। ଯେଉଁଠି ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ନୀତିକାନ୍ତି, ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଭକ୍ତଙ୍କୁ ତଥ୍ୟ ଦିଆଯିବ।