Advertisment

ଅଉ ୩ଦିନ ପରେ ବୋଲବମ୍‌, ଧବଳେଶ୍ୱରପୀଠକୁ ପ୍ଲାଷ୍ଟିକ କଳସ ମନା

କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ ପୂଜକ ସମିତି।

Dhabaleswar Temple

Dhabaleswar Temple

Advertisment

ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ। ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ। ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ ପୂଜକ ସମିତି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଏହି ନିଷ୍ପତି।

Advertisment

ସେହିପରି କାଉଡ଼ିଆମାନେ ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। କଂକ୍ରିଟ୍ ପୋଲ ପୂର୍ବରୁ ସେମାନେ ବାହୁଙ୍ଗି ଥୋଇ କଳସ ନେଇ ମନ୍ଦିର ଭିତରକୁ ଯିବେ।

ଚଳିତ ବର୍ଷ ଜୁଲାଇ ୨୨, ଜୁଲାଇ ୨୯, ଅଗଷ୍ଟ ୫, ଅଗଷ୍ଟ ୧୨ ଓ ଅଗଷ୍ଟ ୧୯ରେ ଜଳାଭିଷେକ ହେବ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୂଜକ ସମିତି ପକ୍ଷରୁ କୁହାଯାଇଛି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୂଜକ ସମିତି, ପୁଲିସ ପ୍ରଶାସନ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Advertisment
Dhabaleswar Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe