Advertisment

ଚାରିଧାମ ତୀର୍ଥକ୍ଷେତ୍ରରେ ରିଲ୍ସ ବ୍ୟାନ, ମେ' ୩୧ ଯାଏ VIP ଦର୍ଶନ ବନ୍ଦ

କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ମନ୍ଦିର ପରିସରରେ ରିଲ୍ସ ଓ ଭିଡିଓଗ୍ରାଫି ଉପରେ କଟକଣା।

ଅଦ୍ୟତନ ହୋଇଛି
Badrinath temple

Badrinath temple

Advertisment

ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ପଞ୍ଜୀକରଣ ସମେତ ଅନ୍ୟ କେତକ ନିୟମ ଲାଗୁ କରିଛନ୍ତି ଉତ୍ତରାଖଣ୍ଡ ସରକାର। ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିବା ସହ ମେ' ୩୧ ପର୍ଯ୍ୟନ୍ତ କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀରେ ଭିଆଇପି ଦର୍ଶନକୁ ସ୍ଥଗିତ ରଖିଛନ୍ତି। 

Advertisment

ସେହିପରି ହରିଦ୍ୱାର ଏବଂ ଋଷିକେଶରେ ଅଫଲାଇନ୍ ପଞ୍ଜୀକରଣକୁ ମେ' ୧୯ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ତୀର୍ଥକ୍ଷେତ୍ରରେ ଭିଡିଓ ଶୁଟ୍ ରୋକିବା ଉପରେ ମଧ୍ୟ ପଦକ୍ଷେପ ନେଇଛନ୍ତି ଉତ୍ତରାଖଣ୍ଡ ସରକାର। ଭିଡିଓଗ୍ରାଫି ତଥା ମନ୍ଦିରର ୫୦ ମିଟର ବ୍ୟାସାଦ୍ଧରେ ରିଲ୍ସ ଉପରେ କଟକଣା ଲଗାଯାଇଛି। ଏନେଇ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ରାଧା ରାତୁରି ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସୂଚନା ଦେଇଛନ୍ତି।  

ରାଧା ରାତୁରି କହିଛନ୍ତି ଯେ, କିଛି ତୀର୍ଥଯାତ୍ରୀଙ୍କ ଦ୍ୱାରା ମନ୍ଦିରରେ ଭିଡିଓଗ୍ରାଫି ଏବଂ ମନ୍ଦିର ପରିସରରେ ରିଲ୍ ତିଆରି କରାଯାଉଛି, ଯେଉଁଥିପାଇଁ ଗୋଟିଏ ସ୍ଥାନରେ ଗହଳି ହେଉଛି। ଏଥିପାଇଁ ଅନ୍ୟ ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି। ଭକ୍ତଙ୍କ ସୁରକ୍ଷିତ ଦର୍ଶନକୁ ଦୃଷ୍ଟିରେ ରଖି ମନ୍ଦିରର ୫୦ ମିଟର ବ୍ୟାସାଦ୍ଧ ମଧ୍ୟରେ ରିଲ୍ସ ଶୁଟ୍ ଉପରେ କଟକଣା ଲଗାଯାଇଛି। 

Advertisment

ପ୍ରକାଶ ଥାଉକି, ମେ ୧୦ (ଶୁକ୍ରବାର) ଚାରିଧାମ ଯାତ୍ରା ଆରମ୍ଭ ହୋଇଥିଲା। ଚାରିଧାମ ଯାତ୍ରା ଆରମ୍ଭର ପ୍ରଥମ ଛଅ ଦିନ ମଧ୍ୟରେ ଦେଶ ତଥା ବିଦେଶରୁ ଅତି କମରେ ୩,୩୪,୭୩୨ ଲୋକ ମନ୍ଦିର ପରିଦର୍ଶନ କରିସାରିଲେଣି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆ ନିୟମ ଲାଗୁ କରାଯାଇଛି। 

Chardham Videography Banned VIP Darshan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe