Advertisment

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

author-image
Manoj Swain

ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ହେବ। ଆଜି ଖୋଲିବ ରତ୍ନଭଣ୍ଡାର। ସେଥିପାଇଁ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇସାରିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ ହେଉଛି ଶୁଭ ମୁହୂର୍ତ୍ତ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ASI ଅଧିକ୍ଷକ ଭିତରକୁ ଯିବେ। ରତ୍ନଭଣ୍ଡାର ସବ୍‌ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ ଯିବେ। ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର ଯିବେ । ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ଯିବେ। ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ଓ ବାହାରର ଚାବି ଖୋଲାଯିବ। ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ । 

Advertisment
Odisha Puri Shreemandir Ratna Bhandar