Advertisment

ମୋହର ମାରିଲା ମୁକ୍ତି ମଣ୍ଡପ ପଣ୍ଡିତ ସଭା; ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି

ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିଥିଲା ।

ଅଦ୍ୟତନ ହୋଇଛି
Pana Sankranti

Pana Sankranti

Advertisment

ପଣା ସଂକ୍ରାନ୍ତି କେବେ ପାଳନ ହେବ ସେ ନେଇ ଦୂର ହେଲା ଦ୍ୱନ୍ଦ୍ୱ । ହଟିଲା ସଞ୍ଜୟ। ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି। ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା । ତେବେ ଅନ୍ୟ କିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଥିବା ବେଳେ ତାହା କିନ୍ତୁ ଗ୍ରହଣ ହୋଇ ନ ଥିବା ଜଣାଯାଇଛି।

Advertisment

ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିଥିଲା ।

ଆଗାମୀ ପଣାସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନୂଆବର୍ଷ ପାଳନ ନିମନ୍ତେ ଏପ୍ରିଲ ୧୩ ନା ୧୪ କେଉଁ ତାରିଖରେ ମୋହର ବାଜିବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗଣନାକାରମାନେ ଏହା ଉପରେ ବିସ୍ତୃତ ଗଣନା କରି ଏପ୍ରିଲ ୧୪ରେ ହିଁ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ତା’ସହ ଚଳିତବର୍ଷ ଠାକୁରଙ୍କ ୧୩ ଦିନିଆ ଅଣସର ସହ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ମଧ୍ୟ ପଡୁଛି। ଏଥିଯୋଗୁ ଆସନ୍ତା କାର୍ତ୍ତିକ ପଞ୍ଚୁକରେ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ବୋଲି ଦଇତାପତି ସେବକ କହିଛନ୍ତି। ଏହାବାଦ ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା, ନେତ୍ରୋତ୍ସବ, ନବଯୌବନ ବେଶ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ବୈଠକରେ ସ୍ପଷ୍ଟ ହୋଇଛି। 

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe