Advertisment

ପୁରୀବାସିନ୍ଦାଙ୍କ ପାଇଁ ଖୁସି ଖବର,ଆଜିଠୁ ପଶ୍ଚିମ ଦ୍ୱାର ବାଟେ କରିପାରିବେ ଜଗା ଦର୍ଶନ

ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ କାମ ଚାଲିଥିବା ଦର୍ଶାଇ ଅନ୍ୟ ଦୁଇ ଦ୍ୱାର ଖୋଲା ଯାଇନାହିଁ ।

ଅଦ୍ୟତନ ହୋଇଛି
Puri

Puri

Advertisment

ପ୍ରବଳ ଦାବି ପରେ ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। ଏନେଇ ସେମାନେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି। 

Advertisment

କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା। ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ। ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବେଳେ ପ୍ରବଳ ଭିଡ଼ ହେଉଥିବାରୁ ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ଜୋର ଧରିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଶାସନିକ ନିଷ୍ପତ୍ତିକୁ ପ୍ରତିବାଦ ଜଣାଇ ଏକ ଟ୍ୱିଟ୍ କରିଥିଲେ। ଅତି କମରେ ପୁରୀବାସୀଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଗୋଟିଏ ଦ୍ୱାର ନଖୋଲିଲେ, ଆଜିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ ବୋଲି କହିଥିଲେ। ଶେଷରେ ପ୍ରଶାସନ ପଶ୍ଚିମ ଖୋଲା ଯିବ ବୋଲି ନିଷ୍ପତ୍ତି ନେଇଥିଲା।

ସୂଚନାଯୋଗ୍ୟ, ତେବେ ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ କାମ ଚାଲିଥିବା ଦର୍ଶାଇ ଅନ୍ୟ ଦୁଇ ଦ୍ୱାର ଖୋଲା ଯାଇନାହିଁ । ପରେ ଏନେଇ ବିଚାର
କରାଯିବ ବୋଲି କୁହାଯାଇଛି।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe