Advertisment

ଖୋଲିଲା ବିଶ୍ୱର ବୃହତ୍ତମ ୭ ମହଲା ମନ୍ଦିର, ହେବନି ଠାକୁର ପୂଜା

୩,୦୦୦,୦୦୦ ବର୍ଗଫୁଟ୍‌ ଜମିରେ ନିର୍ମିତ ଏହି ମନ୍ଦିର କାନ୍ଥରେ ‘ସ୍ୱବେଦ’ର ୩,୧୩୭ଟି ଶ୍ଳୋକ ଖୋଦେଇ କରାଯାଇଛି।

author-image
Madhupriya Mistry
Swarveda Temple

Swarveda Temple

ଖୋଲିଲା ବିଶ୍ୱର ବୃହତ୍ତମ ସ୍ୱବେଦ ମନ୍ଦିର। ଆଜି ବାରଣାସୀର ଉମରାହରେ ସ୍ୱବେଦ ମହାମନ୍ଦିରର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଦଗୁରୁ ସଦାଫଲ ଦେଓଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ମହାମନ୍ଦିରର ଶୁଭ ଉଦଘାଟନ କରିଛନ୍ତି। ବିହଙ୍ଗମ ଯୋଗ ସଂସ୍ଥାନର ୧୦୦ତମ ବାର୍ଷିକି ଅବସରରେ ଏହି ମନ୍ଦିରର ଉଦଘାଟନ କରାଯାଇଛି।

Advertisment

ଏହି ମନ୍ଦିରଟି ସତ ମହଲା ବିଶିଷ୍ଟ ହୋଇଥିବା ବେଳେ ଯଜ୍ଞ ଲାଗି ଏଠାରେ ୨୫ ହଜାର କୁଣ୍ଡ ସ୍ଥାପନ କରାଯାଇଛି। ତେବେ ଏହି ବୃହତ୍‌ ମନ୍ଦିର ଭିତରେ କୌଣସି ଠାକୁର ପୂଜା ହେବ ନାହିଁ। ଏହାକ ଯୋଗ ସେଣ୍ଟର। ଯୋଗ ସାଧାନା ସହ ଉତ୍ତମ ବାତାବରଣରେ ଧାର୍ମିକ ଭାବନା ଯାଗ୍ରତ ଲାଗି ଏହାର ନିର୍ମାଣ କରାଯାଇଛି। ସୁନ୍ଦର କାରୁକାର୍ଯ୍ୟ ସହ ୧୨୫ଟି ପଦ୍ମ ଫୁଲ ଆକୃତିରେ ଏହି ମନ୍ଦିରର ନିର୍ମାଣ କରାଯାଇଛି।

ଏହି ମନ୍ଦିର ବର୍ତ୍ତମାନ ବିଶ୍ୱର ସର୍ବ ବୃହତ ଧ୍ୟାନ କେନ୍ଦ୍ରରେ ପରିଣତ ହୋଇଛି। ଏଠି ଏକାସଙ୍ଗେ ପ୍ରାୟ ୨୦ହଜାର ଲୋକ ଏଠାରେ ଏକତ୍ର ଧ୍ୟାନ କରିପାରିବେ। ୩,୦୦୦,୦୦୦ ବର୍ଗଫୁଟ୍‌ ଜମିରେ ନିର୍ମିତ ଏହି ମନ୍ଦିର କାନ୍ଥରେ ‘ସ୍ୱବେଦ’ର ୩,୧୩୭ଟି ଶ୍ଳୋକ ଖୋଦେଇ କରାଯାଇଛି। ତେବେ ଏହି ମନ୍ଦିରରେ ଭଗବାନଙ୍କ କୌଣସି ପ୍ରତିମା ସ୍ଥାପନ କରାଯାଇ ନାହିଁ। ତେଣୁ ଏହି ମନ୍ଦିରରେ କୌଣସି ଭଗବାନଙ୍କୁ ପୂଜା କରାଯିବ ନାହିଁ। କିନ୍ତୁ ସାଧନାର ଦେବୀ ଏଠାରେ ସ୍ଥାପିତ ହେବ, ଯାହାର ଉପସ୍ଥିତିରେ ଭକ୍ତମାନଙ୍କୁ ଯୋଗ ଅଭ୍ୟାସର ତାଲିମ ଦିଆଯିବ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ୭ ମହଲା ମନ୍ଦିରର ଏକ ପୁରୁଣା ସମ୍ପର୍କ ରହିଛି। ଏହା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା। ବାସ୍ତବରେ ତାଙ୍କ ମା' ସ୍ୱର୍ଗତ ହିରାବେନ ମୋଦି ଏହି ଧାମ ସହିତ ଜଡିତ ଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ମନ୍ଦିର ସହିତ ଭାବପ୍ରବଣତା ରହିଛି। ସେ ଏହି ମନ୍ଦିରକୁ ତାଙ୍କ ମାତାଙ୍କୁ ଉତ୍ସର୍ଗ କରିଥିଲେ, ଏହାର କୋଠାକୁ ନବୀକରଣ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ।

୨୦୦୪ରେ ଏହି ମହାମନ୍ଦିରର ଶିଳାନ୍ୟାସ କରିଥିଲେ ସଦ୍‌ଗୁରୁ ଆଚାର୍ଯ୍ୟ ସ୍ୱତନ୍ତ୍ର ଦେବ ଓ ସନ୍ଥ ପ୍ରବର ବିଜ୍ଞାନ ଦେବ। ୬୦୦ ଶ୍ରମିକ ଓ ୧୫ଜଣ ଇଞ୍ଜିନିୟର୍‌ଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଏହି ମନ୍ଦିର ନିର୍ମିତ ହୋଇଛି। ଏହି ମନ୍ଦିରରେ ୧୦୧ଟି ଫାଉଣ୍ଟେନ୍‌ ରହିଛି। କେବଳ ସେତିକି ନୁହେଁ ଏହି ମନ୍ଦିରର ଛାତର ଅଭ୍ୟନ୍ତର ଓ କବାଟ ସବୁ ଶାଗୁଆନ୍‌ କାଠରେ ନିର୍ମିତ। ଏଥିରେ ଅନେକ ପ୍ରକାରର ସୂକ୍ଷ୍ମ ଖୋଦେଇ କାର୍ଯ୍ୟ ହୋଇଛି। ମନ୍ଦିର ଚାରିପାର୍ଶ୍ୱରେ ବଡ ବଗିଚା ଅଛି, ଏଠାରେ ଅନେକ ଔଷଧୀୟ ଗଛ ଲାଗିଛି।

PM Modi Worlds Largest Yoga Center Swarveda Temple Varanasi