Advertisment

‘ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ର ତୁରନ୍ତ ମରାମତି ଆବଶ୍ୟକ’

ଆମିକସ୍‌କ୍ୟୁରୀ ନିଜ ରିପୋର୍ଟରେ ଦର୍ଶାଇଛନ୍ତି, ନାଟମଣ୍ଡପ ଛାତରୁ ବର୍ଷାଜଳ ନିଷ୍କାସନ ଓ ପାଣି ଝରିବା ବାବଦରେ ପର୍ଯ୍ୟାପ୍ତ କାମ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଏଏସ୍‌ଆଇ ଏହାକୁ ଶେଷ କରିବ।

undefined

Puri

Advertisment

ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ର ତୁରନ୍ତ ମରାମତି ଆବଶ୍ୟକ। ନାଟମଣ୍ଡପର ଏହି ମୁଖ୍ୟ ବିମଟି ଉଭୟ ପାର୍ଶ୍ୱରୁ କାଣ୍ଟି ଲିଭର ଭାବେ କାର୍ଯ୍ୟକରୁଛି। ଏହି ବିମରେ କୌଣସି ଦୁର୍ଘଟଣା ଘଟିଲେ ଏହା ପ୍ରଳୟଙ୍କରୀ ହୋଇପାରେ ବୋଲି ଶ୍ରୀମନ୍ଦିର ମାମଲାରେ ଅମିକସକ୍ୟୁରୀ ଇଂଜିନିୟର ଏନ୍‌.କେ ମହାନ୍ତି ଚେତାଇ ଦେଇଛନ୍ତି। ସୋମବାର ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ସମ୍ପର୍କିତ ମାମଲାରେ ଅମିକସକ୍ୟୁରୀ ଏନ.କେ ମହାନ୍ତି ଦାଖଲ କରିଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।

Advertisment

ଆମିକସ୍‌କ୍ୟୁରୀ ନିଜ ରିପୋର୍ଟରେ ଦର୍ଶାଇଛନ୍ତି, ନାଟମଣ୍ଡପ ଛାତରୁ ବର୍ଷାଜଳ ନିଷ୍କାସନ ଓ ପାଣି ଝରିବା ବାବଦରେ ପର୍ଯ୍ୟାପ୍ତ କାମ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଏଏସ୍‌ଆଇ ଏହାକୁ ଶେଷ କରିବ। ସେପଟେ ଜଗମୋହନର ପ୍ରଥମ ଓ ଦ୍ଵିତୀୟ ପିଢା ସ୍ତରରେ ଫାଟ ରହିଛି। ଏଥିରେ ଲାଗିଥିବା ଲୁହା ବିମ୍‌ ଗୁଡିକର ଅବକ୍ଷୟ। ଚୂନ ପ୍ଳାଷ୍ଟର ଛାଡିବା ଓ ପଥର ଘୁଂଚିବା କାରଣରୁ ଏହା ଘଟିଛି। ଜଗମୋହନର ପୂର୍ବ ଓ ଦକ୍ଷିଣ-ପୂର୍ବ ପଟରେ ଥିବା ଏହି ଫାଟ ଗୁଡିକ ନାଟମଣ୍ଡପ ଛାତରୁ ଦେଖାଯାଉଛି ବୋଲି ସେ ରିପୋର୍ଟରେ କହିଛନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି, ମରାମତି କାମ ଆରମ୍ଭ ହୋଇଛି। ତେବେ ଆଖିଦୁର୍ଶିଆ କାମ ହୋଇନାହିଁ। ଏସବୁକୁ ଦୃଷ୍ଟିରେ ରଖି ହାଇକୋର୍ଟ ପ୍ରତି ୨ରୁ ୩ ମାସରେ ଥରେ ମରାମତି କାମର ସମୀକ୍ଷା କଲେ ଏହା ତ୍ୱରାନ୍ୱିତ ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment
Puri Lord Jagannath Puri Srimandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe