Advertisment

ନିରାଶ ହେଲେ ଭକ୍ତ: ଏବେ ଖୋଲିବନି ଶ୍ରୀମନ୍ଦିର ଚାରି ଦ୍ୱାର

ବନକଲାତି ନୀତି ନେଇ ଜିଲ୍ଲାପାଳ କହିଛନ୍ତି, ଆଜି ବୈଠକରେ ବନକଲାଗି ନୀତି ନେଇ ଆଲୋଚନା କରାଯାଇଥିଲା। ମାସକୁ ଦୁଇ ଥର ବନକଲାଗି ନୀତି କରିବାକୁ ନିଷ୍ପତ୍ତି ହୋଇଛି। ବୁଧବାର ଦିନ ବନକଲାଗି ନୀତି ହେବ।

author-image
Manoranjan Sial
undefined

Puri

ନିରାଶ କଲା ପ୍ରଶାସନ। ଏବେ ଖୋଲିବ ନାହିଁ ଶ୍ରୀମନ୍ଦିର ଚାରି ଦ୍ୱାର। ପରିକ୍ରମା ପ୍ରକଳ୍ପ କାମ ଚାଲିଥିବାରୁ ଧାଡ଼ି ପାଇଁ ସ୍ଥାନ ନଥିବା ଦର୍ଶାଇ ଚାରିଦ୍ୱାର ଖୋଲା ଯାଇପାରିବ ନାହିଁ ବୋଲି କହିଲା ପ୍ରଶାସନ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିବା ପରେ ଚାରିଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

Advertisment

ଜିଲ୍ଲାପାଳ କହିଛନ୍ତି, ଆଜି ୪ ଦ୍ୱାର ଖୋଲିବା ଉପରେ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଏସ୍‌ପିଙ୍କ ପରାମର୍ଶ ନିଆଯାଇଥିଲା। ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁଥିବାରୁ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାରରେ କ୍ୟୁ ବ୍ୟବସ୍ଥା କରାଯାଇପାରିବନି। ପର୍ଯ୍ୟାପ୍ତ ଜାଗା ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ କ୍ୟୁ ବ୍ୟବସ୍ଥା କରିହେବନି। ପ୍ରକଳ୍ପ କାମ ସରିବା ଯାଏ ଏବେ ଯେମିତି ଚାଲିଛି ସେମିତି ଚାଲିବ। ସାଧାରଣ ଭକ୍ତ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ବାହାରିବେ। ପୁରୀ ବାସିନ୍ଦା ପୂର୍ବ ଓ ପଶ୍ଚିମ ଦ୍ୱାରରେ ପଶିବେ ଏବଂ ଉତ୍ତର ଦ୍ୱାରରେ ବାହାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ବନକଲାତି ନୀତି ନେଇ ଜିଲ୍ଲାପାଳ କହିଛନ୍ତି, ଆଜି ବୈଠକରେ ବନକଲାଗି ନୀତି ନେଇ ଆଲୋଚନା କରାଯାଇଥିଲା। ମାସକୁ ଦୁଇ ଥର ବନକଲାଗି ନୀତି କରିବାକୁ ନିଷ୍ପତ୍ତି ହୋଇଛି। ବୁଧବାର ଦିନ ବନକଲାଗି ନୀତି ହେବ। ଯଦି ବୁଧବାର ବେଶୀ ନୀତିକାନ୍ତି ଥିବ, ତାହାହେଲେ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଗୁରୁବାର କରାଯିବ ବନକଲାଗି ନୀତି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment
Puri Shreemandir Puri Ratna Bhandar