Advertisment

ଚୀର ନିଦ୍ରାରେ ରବୀନ୍ଦ୍ର ନାରାୟଣ ମିଶ୍ର

ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛିା ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ପରିବାର ପକ୍ଷରୁ ସୂଚନା ଦେଇଛନ୍ତି।

author-image
Manoranjan Sial
Rabindra Narayan Mishra

Rabindra Narayan Mishra

ଆଖି ବୁଜିଲେ ରବୀନ୍ଦ୍ର ନାରାୟଣ ମିଶ୍ର। ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ ହୋଇଛିା ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛିା ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ପରିବାର ପକ୍ଷରୁ ସୂଚନା ଦେଇଛନ୍ତି।

Advertisment

ସରକାରୀ ଚାକିରି କରିଥିଲେ ମଧ୍ୟ ରବୀନ୍ଦ୍ର ନାରାୟଣ ମିଶ୍ର ସାହିତ୍ୟ ପ୍ରତି ରୁଚି ରଖିଥିଲେ। ଆକାଶବାଣୀରେ ଅନେକ କବିତା, ଗଳ୍ପ ଓ ପ୍ରବନ୍ଧ ପାଠ କରି ଅଜଶ୍ର ପ୍ରଶଂସା ସାଉଣ୍ଟିଥିଲେ। ‘ଆକାଶଦୀପ’ ପରି କାଳଜୟୀ ଗଳ୍ପ ଓ ‘କଥାନୁଭୂତିରେ ଶ୍ରୀଜଗନ୍ନାଥ’, ‘କଥାରେ କଥାରେ ଶ୍ରୀଜଗନ୍ନାଥ’ ଇତ୍ୟାଦି ସତ୍ୟ ଅନୁଭୂତି ସମ୍ୱନ୍ଧିୟ ଲେଖା ସ୍ୱଗତ ମିଶ୍ର ଜୀବନ କାଳ ଭିତରେ ଲେଖିଛନ୍ତି। ଏହାଛଡ଼ା ତାଙ୍କର ଅନେକ ପୁସ୍ତକ ବିଭିନ୍ନ ଭାଷାରେ ମଧ୍ୟ ଅନୁବାତିତ ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

Puri Lord Jagannath