Advertisment

ସାମ୍ନାକୁ ଆସିଲା ରାମ ଲଲାଙ୍କ ତୃତୀୟ ମୂର୍ତ୍ତି

ଅଯୋଧ୍ୟାର ନବ ନିର୍ମିତ ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ପାଇଁ ରାମ ଲଲାଙ୍କର ୩ଟି ମୂର୍ତ୍ତି ତିଆରି କରାଯାଇଥିଲା। ସେଥିରୁ ଗୋଟିଏକୁ ବଛା ଯାଇ ଗର୍ଭଗୃହରେ ସ୍ଥାପନ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Ram Lalla

Ram Lalla

ସାମ୍ନାକୁ ଆସିଛି ରାମ ଲଲାଙ୍କ ତୃତୀୟ ମୂର୍ତ୍ତି, ଯାହା ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବା ପାଇଁ ମନୋନୀତ ହୋଇ ନଥିଲା। ଏହି ମୂର୍ତ୍ତିକୁ ତିଆରି କରିଛନ୍ତି କର୍ଣ୍ଣାଟକାର ଗଣେଶ ଭଟ୍ଟ।

Advertisment

ଏହି ମୂର୍ତ୍ତିର ରଙ୍ଗ କଳା। କୃଷ୍ଣ ଶିଳାରେ ଏହାକୁ ନିର୍ମାଣ କରାଯାଇଛି। ଏହି ଶିଳାକୁ କର୍ଣ୍ଣାଟକାର ମହୀଶୂରର ହେଗାଦାଦେବନକୋଟେ ଅଞ୍ଚଳର ଏକ ଜମିରୁ ସଂଗ୍ରହ କରାଯାଇଥିଲା।

ଗଣେଶ ଭଟ୍ଟଙ୍କ ଦ୍ୱାରା ନିର୍ମିତ ଏହି ରାମ ଲଲା ମୂର୍ତ୍ତି ଗର୍ଭଗୃହରେ ସ୍ଥାନ ପାଇବାକୁ ଚୟନ ହୋଇପାରି ନଥିବା ବେଳେ ଏହାକୁ ରାମ ମନ୍ଦିର ପରିସରରେ ଅନ୍ୟତ୍ର ରଖାଯିବ ବୋଲି ଜଣାପଡ଼ିଛି।

Advertisment

ଏହା ପୂର୍ବରୁ ଗତକାଲି ସାମ୍ନାକୁ ଆସିଥିଲା ଗର୍ଭଗୃହରେ ସ୍ଥାନ ପାଇପାରି ନଥିବା ରାମ ଲଲାଙ୍କ ଦ୍ୱିତୀୟ ମୂର୍ତ୍ତି। ଧଳା ରଙ୍ଗର ମାର୍ବଲରେ ତିଆରି ହୋଇଛି ଏହି ମୂର୍ତ୍ତି। ଏହାକୁ ତିଆରି କରିଛନ୍ତି ରାଜସ୍ଥାନର ସତ୍ୟନାରାୟଣ ପାଣ୍ଡେ। ଏହି ମୂର୍ତ୍ତିର ଚାରିପଟରେ ବିଷ୍ଣୁଙ୍କ ସମସ୍ତ ଅବତାରଙ୍କୁ ସ୍ଥାନିତ କରାଯାଇଛି। ରାମ ଲଲାଙ୍କ ଏହି ମୂର୍ତ୍ତିକୁ ମଧ୍ୟ ମନ୍ଦିର ପରିସରରେ ସ୍ଥାନିତ କରାଯିବ।

ରାମ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ଯେଉଁ ମୂର୍ତ୍ତି ସ୍ଥାପିତ ହୋଇଛନ୍ତି, ତାଙ୍କୁ ନିର୍ମାଣ କରିଛନ୍ତି କର୍ଣ୍ଣାଟକାର ମହୀଶୂରର ଅରୁଣ ଯୋଗୀରାଜ। କଳା ମୁଗୁନି ପଥରରେ ଏହି ମୂର୍ତ୍ତି ତିଆରି ହୋଇଛି। ଏହାର ଉଚ୍ଚତା ୫୧ ଇଞ୍ଚ ରହିଛି।

Ram Lalla Ram Lalla Idol