Advertisment

ସାମ୍ନାକୁ ଆସିଲା ବାଳକ ରାମଙ୍କର ଆଉ ଏକ ମୂର୍ତ୍ତି

ରାଜସ୍ଥାନର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେଙ୍କ ଧଳା ମାର୍ବଲରେ ନିର୍ମିତ ମୂର୍ତ୍ତି ସାମ୍ନାକୁ ଆସିଛି

Ram Lalla

Ram Lalla

Advertisment

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିର୍ମାଣ ହୋଇଥିବା ମୂର୍ତ୍ତି ମଧ୍ୟରୁ ସାମ୍ନାକୁ ଆସିଲା ଆଉ ଏକ ମୂର୍ତ୍ତି। ପ୍ରଭୁ ରାମଙ୍କର ବାଳକ ମୂର୍ତ୍ତି ମଧ୍ୟରୁ ସାମ୍ନାକୁ ଆସିଛି ଧଳା ମାର୍ବଲରେ ନିର୍ମିତ ଅନ୍ୟ ଏକ ମୂର୍ତ୍ତି। ଯାହାକୁ ରାଜସ୍ଥାନର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିବା କୁହାଯାଉଛି।

Advertisment

୩ ଜଣ କାରିଗରଙ୍କୁ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ ପାଇଁ କୁହାଯାଇଥିଲା। ସେମାନେ ହେଲେ କର୍ଣ୍ଣାଟକର ଅରୁଣ ଯୋଗୀରାଜଙ୍କ ସମେତ ସେହି କର୍ଣ୍ଣାଟକର ଗଣେଷ ଭଟ୍ଟ ଏବଂ ରାଜସ୍ଥାନର ସତ୍ୟନାରାୟଣ ପାଣ୍ଡେ। ଏବେ ପ୍ରାଣ ପ୍ରତିଷ୍ଠା ସହ ପୂଜା ପାଉଛନ୍ତି ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି।

୨.୫ ବିଲିୟନ ବର୍ଷର ପୁରୁଣା କଳାମୁଗୁନି ପଥରରେ ଯୋଗୀରାଜ ମୂର୍ତ୍ତି ନିର୍ମାଣ କରିଥିଲେ। ଯାହାକୁ ଆଜି ବାଲକ୍ ରାମ୍ ଭାବେ ନାମିତ କରାଯାଇଛି। ଏହାବାଦ୍ ଆଉ ୨ଟି ମୂର୍ତ୍ତି ବି ନିର୍ମାଣ କରାଯାଇଛି। ତା’ମଧ୍ୟରୁ ଆଜି ରାଜସ୍ଥାନର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେଙ୍କ ଧଳା ମାର୍ବଲରେ ନିର୍ମିତ ମୂର୍ତ୍ତି ସାମ୍ନାକୁ ଆସିଛି।

Advertisment

ଯାହାକୁ ଦୀର୍ଘଦିନ ଧରି ଅଯୋଧ୍ୟାର ମୂର୍ତ୍ତି ନିର୍ମାଣ କାର୍ଯ୍ୟାଶାଳାରେ ବସି ନିର୍ମାଣ କରିଥିଲେ ସତ୍ୟନାରାୟଣ। ଏବେ ସେହି ମୂର୍ତ୍ତିରେ ଅଳଙ୍କାର ଧାରଣ କରାଯାଇଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି। ତେବେ ରାମମନ୍ଦିର ପାଇଁ ନିର୍ମିତ ୩ଟି ଯାକ ମୂର୍ତ୍ତି ବେକାର ଯିବ ନାହିଁ। ଯୋଗୀରାଜଙ୍କ ମୂର୍ତ୍ତିକୁ ଛାଡ଼ି ଅନ୍ୟ ୨ଟି ମୂର୍ତ୍ତି ମନ୍ଦିରର ଯେକୌଣସି ସ୍ଥାନରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe