`ଆଜି ଖୋଲିବ ରତ୍ନଭଣ୍ଡାର, ଗଣତି-ମଣତି ହେବନି’ | Odisha Reporter
ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ହେବ। ଆଜି ଖୋଲିବ ରତ୍ନଭଣ୍ଡାର। ସେଥିପାଇଁ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇସାରିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ ହେଉଛି ଶୁଭ ମୁହୂର୍ତ୍ତ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ଓ ବାହାରର ଚାବି ଖୋଲାଯିବ। ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ । ରତ୍ନଭଣ୍ଡାର ଖୋଲିବା ସମୟରେ କେବଳ ଖୋଲା ରହିବ ସିଂହଦ୍ୱାର । ବନ୍ଦ ରହିବ ବାକି ୩ ଦ୍ୱାର । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ଯାଞ୍ଚ କରାଯିବ। ବେହରଣ ଦ୍ୱାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us