Advertisment

ତେଜିଲା ବେବନ୍ଦୋବସ୍ତ ଜମିବିବାଦ: ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି।

Lingaraj

Lingaraj

Advertisment

ବେବନ୍ଦୋବସ୍ତ ଜମିବିବାଦକୁ ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖାଯାଉଛି। ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି। ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟରୁ ଅନୁମତି ମିଳିଛି।

Advertisment

ନିର୍ମାଣ ସମୟରେ ଅନ୍ୟ ନିଯୋଗ ଚ୍ୟାଲେଂଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା। ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଏକ ବଡ ଷଡଯନ୍ତ୍ର ଥିବା ଦର୍ଶାଇ ନୀତିକାନ୍ତି ବନ୍ଦ କରିଛନ୍ତି।

ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ଦେବତ୍ତୋର ଓକିଲଙ୍କ ନିରବଦ୍ରଷ୍ଟା ଯୋଗୁ ଏକାପାଖିଆ ରାୟ ମିଳିଛି। ଏହାକୁ ବିରୋଧ କରି ପୂଜା ପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ମିଶିକି ନୀତିକାନ୍ତି ବନ୍ଦ କରିଛନ୍ତି। ହାଇକୋର୍ଟଙ୍କ ରାୟକୁ ଠିକ୍ ବୋଲି ଦେବତ୍ତୋର ବିଭାଗ ଯଦି ଭାବୁଛି ତାହାହେଲେ ବେବନ୍ଦୋବସ୍ତ ଜମି ଗୁଡ଼ିକ କାହିଁକି ସେବାକାରୀଙ୍କଠାରୁ  ଛଡ଼ାଇ ନିଆ ଯାଇ ଲିଙ୍ଗରାଜଙ୍କ ଖାତା ଗଲା? ତାକୁ ତୁରନ୍ତ ଫେରସ୍ତ କରାଯାଉ। ନଚେତ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲିଙ୍କରାଜଙ୍କ ନୀତିକାନ୍ତି ବନ୍ଦ ରହିବ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe