Advertisment

ଯେପର୍ଯ୍ୟନ୍ତ ଅସମାନତା ଥିବ, ସେପର୍ଯ୍ୟନ୍ତ ସଂରକ୍ଷଣ ରହିବ: ମୋହନ ଭଗବତ

ସମାଜରେ ଅସମାନତା ଥିବା ପର୍ଯ୍ୟନ୍ତ ସଂରକ୍ଷଣ ବା ରିଜରଭେସନ୍ ରହିବା ଉଚିତ୍ ବୋଲି କହିଲେ ମୋହନ।

ଅଦ୍ୟତନ ହୋଇଛି
Mohan Bhagwat

Mohan Bhagwat

Advertisment

ଜାତିଗତ ଭେଦଭାବ, ଅସମାନତା ଓ ସଂରକ୍ଷଣକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ୍। ସମାଜରେ ଭେଦଭାବ ଥିବା ପର୍ଯ୍ୟନ୍ତ ସଂରକ୍ଷଣ ବା ରିଜରଭେସନ୍ ରହିବା ଉଚିତ୍ ବୋଲି କହିଛନ୍ତି ମୋହନ। ମଣିପୁରରେ ଜାତିଗତ ହିଂସା, ମହାରାଷ୍ଟ୍ରରେ ସଂରକ୍ଷଣ ପାଇଁ ମରାଠା ସମ୍ପ୍ରଦାୟର ଆନ୍ଦୋଳନ ପୁଣି ଥରେ ତୀବ୍ର ହୋଇଥିବା ସମୟରେ ଭାଗବତ ଏପରି ଏକ ବୟାନ ଦେଇଛନ୍ତି।

Advertisment

ଗତକାଲି (ସେପ୍ଟେମ୍ବର ୭)ରେ ନାଗପୁରର ଏକ କାର୍ଯ୍ୟକ୍ରରେ ଯୋଗଦେଇ ଆରଏସଏସ ମୁଖ୍ୟ କହିଛନ୍ତି, ଆମ ସମାଜରେ ଏବେ ବି ଭେଦଭାବ ରହିଛି। ଆଉ ଯେପର୍ଯ୍ୟନ୍ତ ଏହି ଅସମାନତା ଜାରି ରହିଥିବ, ସେପର୍ଯ୍ୟନ୍ତ ସଂରକ୍ଷଣ ରହିବା ଉଚିତ୍। ସମ୍ବିଧାନରେ ଦିଆଯାଇଥିବା ସଂରକ୍ଷଣକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆଜିର ଯୁବପିଢି ବୃଦ୍ଧ ହେବା ପୂର୍ବରୁ ଅଖଣ୍ଡ ଭାରତ ବା ଅବିଭକ୍ତ ଭାରତର ସ୍ୱପ୍ନ ସାକାର ହୋଇଯିବ, କାରଣ ୧୯୪୭ରେ ଯେଉଁମାନେ ଭାରତରୁ ଅଲଗା ହୋଇଥିଲେ ସେମାନେ ସେତେବେଳେ ଭୁଲ୍ କରିଥିଲେ ବୋଲି ଏବେ ହୃଦୟଙ୍ଗମ କରୁଛନ୍ତି। ଆମେ ଏହି ଭେଦଭାବ ନାଁରେ ଆମ ନିଜ ଲୋକଙ୍କୁ ହିଁ ସାମାଜିକ ବ୍ୟବସ୍ଥାଠୁ ବହୁ ପଛରେ ପକାଇ ଦେଇଛନ୍ତି। ସେମାନଙ୍କ ଜୀବନ ପଶୁମାନଙ୍କ ଭଳି ହୋଇଯାଇଥିଲା। ଏହିପରି ସେମାନେ ୨୦୦୦ ବର୍ଷ ପର୍ଯ୍ୟନ୍ତ ଜୀବନ ଜିଇଁଲେ।

Advertisment

ଯେପର୍ଯ୍ୟନ୍ତ ଆମେ ସେମାନଙ୍କୁ ସମାନତା ଦେବା ନାହିଁ କିମ୍ବା ଏଥିପାଇଁ କିଛି ବିଶେଷ ପଦକ୍ଷେପ ଗ୍ରହଣ କରିବା ନାହିଁ, ସେପର୍ଯ୍ୟନ୍ତ ସେମାନେ ଏହିପରି ନିଷ୍ପେସିତ ହୋଇ ରହିଯିବେ। ତେଣୁ ଏହି ବିଶେଷ ପଦକ୍ଷେପ ମଧ୍ୟରୁ ସଂରକ୍ଷଣ ଅନ୍ୟତମ। ସେଥିପାଇଁ ଆମେ ସମ୍ବିଧାନରେ ଦିଆଯାଇଥିବା ସଂରକ୍ଷଣକୁ ପୂର୍ଣ୍ଣ ସମର୍ଥନ ଦେଇଥାଉ ବୋଲି ଭାଗବତ କହିଛନ୍ତି।

ବର୍ତ୍ତମାନ ସଂରକ୍ଷଣ କାରଣରୁ ସାଧାରଣ ବର୍ଗ ସମସ୍ୟା ଭୋଗୁଥିବା ଅଭିଯୋଗର ପ୍ରତିକ୍ରିୟାରେ ସେ କହିଛନ୍ତି, ଯଦି ଅସମାନତା ପାଇଁ ପୂର୍ବ ପିଢି ୨୦୦୦ ବର୍ଷ ଧରି ସାମାଜିକ ବ୍ୟବସ୍ଥାଠୁ ଦୂରେଇ ରହିବାର ଶାସ୍ତି ଭୋଗିଲେ ତେବେ ଆମେ କାହିଁକି ଆଉ ୨୦୦ ବର୍ଷ ସମସ୍ୟାରେ ରହିପାରିବାନି? ଯଦି ବର୍ତ୍ତମାନ ଯୁବପିଢି ଅଖଣ୍ଡ ଭାରତର ସ୍ୱପ୍ନ ପାଇଁ କାର୍ଯ୍ୟ ଜାରି ରଖନ୍ତି, ତେବେ ସେମାନେ ବୃଦ୍ଧ ହେବା ପୂର୍ବରୁ ଏହା ସାକାର ହୋଇଯିବ। ପରିସ୍ଥିତି ଏପରି ହେବାରେ ଲାଗିଛି ଯେ, ବିଭାଜନ ସମୟରେ ଯେଉଁ ଦେଶମାନେ ଭାରତଠୁ ଅଲଗା ହୋଇଥିଲେ ସେମାନେ ଭୁଲ୍ କରିଛନ୍ତି ବୋଲି ଏବେ ଭାବୁଛନ୍ତି।

ସେମାନେ ଏବେ ଭାବୁଛନ୍ତି, ଆମକୁ ପୁଣି ଭାରତରେ ରହିବା ଉଚିତ୍। ତେଣୁ ସେମାନେ ମ୍ୟାପର କିଛି ରେଖାକୁ ଲିଭାଇ ଭାରତରେ ମିଶିଯିବାକୁ ଚିନ୍ତା କରୁଛନ୍ତି। ବାସ୍ତବରେ ଏପରି ହୁଏ ନାହିଁ। ଭାରତରେ ରହିବାକୁ ହେଲେ ପ୍ରକୃତି ବା ସ୍ୱଭାବ ଭାରତ ଭଳି ହେବା ଆବଶ୍ୟକ ବୋଲି ଭାଗବତ କହିଛନ୍ତି।

Rss Reservation RSS Chief Mohan Bhagwat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe