Advertisment

ଓରାମ ସମାଜ ପକ୍ଷରୁ ସାରହୁଲ୍ ଖାର୍ଦ୍ଦି ଉତ୍ସବ ପାଳିତ

ସାରନା ସ୍ଥଳରେ ଜଳାଭିଷେକ ସହ ମା’ ସରନା ଓ ପିତା ଧର୍ମେଶଙ୍କ ପୂଜା କରିଥିଲେ ଶ୍ରଦ୍ଧାଳୁ

author-image
Biswajit Samal
ଅଦ୍ୟତନ ହୋଇଛି
Sarhul Khardi festival

Sarhul Khardi festival

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ମେଳାପଡ଼ିଆରେ ସରନା ଧର୍ମାବଲମ୍ବୀ ଓରାମ ସମାଜ ପକ୍ଷରୁ ସାରହୁଲ୍ ଖାର୍ଦ୍ଦି ଉତ୍ସବ ପାଳିତ ହୋଇଛି। ବୀରମିତ୍ରପୁର କୁଆଁରମୁଣ୍ଡା-ନୂଆଗାଁ ବ୍ଲକର ୮୦ଟି ଗାଁ ସରନା ସମାଜର ଲୋକେ ନୂଆ ବସ୍ତ୍ର ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧି ଏହି ପର୍ବକୁ ବଡ଼ ଧୁମ୍‌ ଧାମ୍‌ର ସହ ପାଳନ କରିଥାନ୍ତି। ଗାଁର ପ୍ରାୟ ସବୁ ଲୋକମାନେ ଏକ ବିଶାଳ ରାଲି କରି ଗାଁରେ ବୁଲିଥାନ୍ତି ଏହି ପର୍ବରେ।  

Advertisment

ବର୍ଷର ପ୍ରଥମ ଫୁଲ ଓ ଫଳକୁ ନେଇ ପ୍ରକୃତିର ପୂଜାର୍ଚ୍ଚନା କରିଥିଲେ। ସାରନା ସ୍ଥଳରେ ଜଳାଭିଷେକ ସହ ମା’ ସରନା ଓ ପିତା ଧର୍ମେଶଙ୍କ ପୂଜା କରିଥିଲେ ଶ୍ରଦ୍ଧାଳୁ। ଏ ଅବସରରେ ବୀରମିତ୍ରପୁର ବିଜେପି ବିଧାୟକ ତଥା ପ୍ରାର୍ଥୀ ଶଙ୍କର ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶିଷ କାମନା କରିଥିଲେ। ସରନା ପୂଜାସ୍ତଳରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ଓରାମ ସଂପ୍ରଦାୟର ଆଦିବାସୀ।