Advertisment

ଆଲୋଚନା ବିଫଳ; ଦାବି ପୂରଣ ନହେଲେ ୩ରେ ଓଡ଼ିଶା ବନ୍ଦ

ଆଜି ପୁରୀ ଜିଲ୍ଲାପାଳ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଚାରିଦୁଆର ଖୋଲାଯିବ ବୋଲି ଜିଲ୍ଲାପାଳ କହିଥିଲେ।

author-image
Manoranjan Sial
undefined

Puri

ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ଓ ଅନ୍ୟାନ୍ୟ ଦାବି ପୂରଣ ନେଇ ଶ୍ରୀଜଗନ୍ନାଥ ସେନା ଦେଇଥିଲା ଓଡ଼ିଶା ବନ୍ଦ ଡାକରା। ଏହା ଉପରେ ପୁରୀ ଜିଲ୍ଲାପାଳ ଡାକିଥିବା ଆଲୋଚନା ବିଫଳ ହୋଇଛି। ୭୨ ଘଣ୍ଟା ଭିତରେ ଦାବି ପୂରଣ ନହେଲେ ଆସନ୍ତା ୩ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା।

Advertisment

କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛି ମହାପ୍ରଭୁ କାଳିଆ ଠାକୁର। ସେଥିପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦୂରଦୂରାନ୍ତୁ ଶ୍ରୀକ୍ଷେତ୍ର ଆସୁଛନ୍ତି। ହେଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲୁନଥିବାରୁ ଏପରି ସମସ୍ୟା ଉପୁଜିଛି। ବାରମ୍ୱାର ଅନୁରୋଧ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହିଁ। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହା ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇବ ଶ୍ରୀ ଜଗନ୍ନାଥ ସେନା। ଅକ୍ଟୋବାର ୩ ତାରିଖରେ ଜଗନ୍ନାଥ ସେନା ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦେଇଛି। ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ଦାବିରେ ସେନା ଏହି ବନ୍ଦ ଡାକରା ଦେଇଛି।

ଆଜି ପୁରୀ ଜିଲ୍ଲାପାଳ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଚାରିଦୁଆର ଖୋଲାଯିବ ବୋଲି ଜିଲ୍ଲାପାଳ କହିଥିଲେ। ମାତ୍ର ଏଥିରେ ସହମତି ପ୍ରକାଶ କରିନଥିଲେ ଜଗନ୍ନାଥ ସେନା ଆବାହକ। ନିଜ ଜିଦ୍‌ରେ ଅଟଳ ରହିଥିଲା ସେନା। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଲିଖିତ ପ୍ରତିଶ୍ରୁତି ନମିଳିଲେ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅକ୍ଟୋବର ୩ ତାରିଖରେ ଓଡ଼ିଶା ବନ୍ଦ କରିବ ବୋଲି ପୁନର୍ବାର ଚେତାବନୀ ଦେଇଛି ସେନା।

Advertisment

କାଳିଆ ପାଇଁ ଦିନଟିଏ। ଭକ୍ତ ପାଇଁ ଦିନଟିଏ ଦେବାକୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆହ୍ୱାନ ଦିଆଯାଇଛି। ଶ୍ରୀ ଜଗନ୍ନାଥ ସେନାର ଏହି ଦାବିକୁ ରାଜନୈତିକ ଦଳମାନେ ସମର୍ଥନ ଥିବା ଜଣାପଡ଼ିଛି। ଚାରିଦୁଆର ଓ ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ଦାବି ଯଥାର୍ଥ ବୋଲି ବିଜେଡିଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ନେତାମାନେ ଦାବି କରିଛନ୍ତି। ଓଡ଼ିଶା ବନ୍ଦ ଡାକରା ଏକ ମାଧ୍ୟମ ନୁହେଁ। ପ୍ରତିବାଦର ଭିନ୍ନ ଭିନ୍ନ ବାଟ ରହିଛି ବୋଲି ପୂର୍ବତନମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

ସେପଟେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ବନ୍ଦ ଡାକରା ଦାବି ଶାନ୍ତିପୂର୍ଣ୍ଣ ହେଲେ ଆମେ ସମର୍ଥନ କରିବୁ। ପୂର୍ବରୁ ଚାରି ଦୁଆର ଖୋଲା ଯାଉଥିଲା। ଏବେ ଖୋଲାଯିବା ଉଚିତ। ମୁଁ ମଧ୍ୟ ଚାହୁଁଛି, ଚାରି ଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଆନ୍ତୁ ବୋଲି ଜୟନ୍ତ ଷଡଙ୍ଗୀ କହିଛନ୍ତି।

Puri Shreemandir Puri Sri Jagannath