Advertisment

ବୟସାଧିକ ଓ ରୋଗାକ୍ରାନ୍ତ ଲୋକଙ୍କୁ ଶ୍ରୀମନ୍ଦିର ନ ଆସିବାକୁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ

ଆଜି ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

Puri

Puri

Advertisment

କାର୍ତ୍ତିକ ମାସ ଯୋଗୁ ଏବେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ପ୍ରବଳ ଭିଡ଼ ଯୋଗୁ ଆଜି ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ଦୃଷ୍ଟିରେ ରଖି ବୟସାଧିକ ଓ ରୋଗାକ୍ରାନ୍ତ ଲୋକଙ୍କୁ ଏବେ ପୁରୀ ନଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। 

Advertisment

ସେ କହିଛନ୍ତି, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ସେମାନଙ୍କୁ ଅନୁରୋଧ କରୁଛି। ଯେଉଁ ସମୟରେ କମ୍‌ ଭିଡ଼ ଥିବ,ସୂଚନା ନେଇ ସେହି ସମୟରେ ଆସିଲେ ଭଲ ହେବ। ଠାକୁରଙ୍କୁ ଦର୍ଶନ କରିବାର ଆଗ୍ରହ ସହ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆସିବାକୁ ସମସ୍ତଙ୍କୁ ଅନୁରୋଧ।

ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ଭକ୍ତଙ୍କୁ ସୂଚନା ଦେବା ପାଇଁ ମର୍ଚ୍ଚିକୋଟ ଛକ ଯାଏଁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯିବ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏନେଇ ବିଶେଷ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। 

Advertisment

ଆଜି ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ଯୋଗୁ ଭକ୍ତମାନେ ଅପେକ୍ଷା କରି କରି ବ୍ୟତିବ୍ୟସ୍ତ ହୋଇଯାଇଥିବା ଦେଖାଯାଇଥିଲା। କିଛି ଲୋକ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ଏମିତିକି ଜଣେ ବୃଦ୍ଧା ତାଙ୍କୁ ଧାଡ଼ିରୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ସ୍ଥିତି ବଡ଼ ଦୟନୀୟ ହୋଇଯାଇଥିଲା। 

ଆଜି ଗୋଟିଏ ଦିନ ନୁହେଁ, ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ। ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ହେତୁ ଅନ୍ୟ ତିନି ଦ୍ୱାର ବନ୍ଦ ଥିବାରୁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି।

ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଡହଳ ବିକଳ ସ୍ଥିତି ଦେଖି ଅତ୍ୟନ୍ତ ଭଙ୍ଗି ପଡ଼ିଛନ୍ତି ଛତିଶଗଡ଼ ରାଜ୍ୟପାଳ। ସେ କହିଛନ୍ତି, ଗୋଟିଏ ଦ୍ୱାର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ବନ୍ଦ ରଖି ଅନ୍ୟ ତିନିଟି ଦ୍ୱାରକୁ ଖୋଲା ରଖିବାକୁ ବ୍ୟବସ୍ଥା କଲେ ସରୁଖୁରୁରେ ଦର୍ଶନ କରିପାରନ୍ତେ ଭକ୍ତ। 

Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe