Advertisment

ବଡ଼ଦାଣ୍ଡ ଥାଉ ଥାଉ ଶ୍ରୀଦାଣ୍ଡ କାହିଁକି, ଉଠିଲାଣି ବିରୋଧର ସ୍ୱର

ଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଜଗନ୍ନାଥ ବଲ୍ଳଭ ପାର୍କିଂରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ବିକଳ୍ପ ଚଲାପଥ ପାଇଁ ଦୃତ ଗତିରେ ନିର୍ମାଣ ଚାଲିଥିବା ରାସ୍ତାକୁ ନେଇ ଉଠିଛି ପ୍ରଶ୍ନ।

undefined

Puri Temple

Advertisment

ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ଦାଣ୍ଡ ଏକ ଆସ୍ଥାର ପ୍ରତୀକ। ହେଲେ ପୁରୀ ପ୍ରଶାସନ ସେଇ ବଡ଼ଦାଣ୍ଡ ଢାଞ୍ଚାରେ ତିଆରି କରୁଛି ଅନ୍ୟ ଏକ ସମାନ୍ତରାଳ ରାସ୍ତା ଯାହାକୁ କୁହାଗଲାଣି ଶ୍ରୀଦାଣ୍ଡ। ଜଗନ୍ନାଥ ବଲ୍ଳଭଠୁ ଶ୍ରୀମନ୍ଦିର ଦୋଳବେଦୀ ଯାଏଁ ଏହି ରାସ୍ତା ହେଲେ ବଡ଼ଦାଣ୍ଡରୁ ଭିଡ଼ କମିବ ବୋଲି ପୁରୀ ପ୍ରଶାସନ ଯୁକ୍ତି ବାଢୁଥିବାବେଳେ ଏହା ଭିଆଇପିଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ଉଠିଲାଣି ଅଭିଯୋଗ।

Advertisment

ଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଜଗନ୍ନାଥ ବଲ୍ଳଭ ପାର୍କିଂରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ବିକଳ୍ପ ଚଲାପଥ ପାଇଁ ଦୃତ ଗତିରେ ନିର୍ମାଣ ଚାଲିଥିବା ରାସ୍ତାକୁ ନେଇ ଉଠିଛି ପ୍ରଶ୍ନ। ପୁରୀ ପ୍ରଶାସନର ଯୁକ୍ତି- ଏବେ ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ବଡ଼ଦାଣ୍ଡ ଦେଇ ଯାଉଛନ୍ତି। ସେଥିପାଇଁ ପ୍ରବଳ ଗହଳି ହେଉଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଛି। ତେଣୁ ସେଥିରୁ ମୁକ୍ତି ପାଇଁ ବଡ଼ଦାଣ୍ଡ ଭଳି ଆଉ ଏକ ସମାନ୍ତରାଳ ରାସ୍ତା ଜରୁରୀ। ଏହା ହେଲେ ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ଭକ୍ତମାନେ ଆଉ ସହର ଭିତରେ ନପଶି ବାଇପାସ୍ ରାସ୍ତାରେ ମଙ୍ଗଳାଘାଟ ପାଖ ଟ୍ରଂପେଟ୍ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସି ଗାଡ଼ି ରଖିବେ। ଆଉ ସେଠାରୁ ଶ୍ରୀଦାଣ୍ଡ ଦେଇ ସିଧାସଳଖ ଶ୍ରୀମନ୍ଦିର ପାଖରେ ପହଞ୍ଚିବେ। ହେଲେ ଶ୍ରୀଦାଣ୍ଡକୁ ନେଇ ଉଠିଲାଣି ଆପତ୍ତି। ଏହା ସାଧାରଣ ଭକ୍ତଙ୍କ ପାଇଁ ନୁହେଁ ବରଂ ଭିଭିଆଇପିଙ୍କ ସ୍ୱାର୍ଥରେ ବୋଲି କହିଛି ଜଗନ୍ନାଥ ସେନା।

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏତେ ବଡ଼ ବଡ଼ଦାଣ୍ଡ ଥାଉ ଥାଉ ଶ୍ରୀଦାଣ୍ଡର କ’ଣ ଆବଶ୍ୟକତା ଅଛି। ଯଦି ଶ୍ରୀଦାଣ୍ଡ କରିବାର ଥିଲା, ତା’ହେଲେ ବଡ଼ଦାଣ୍ଡରୁ ଅନେକ ଗରିବ ଉଠା ଦୋକାନୀଙ୍କୁ ଉଠାଇଲେ କାହିଁକି। ଯାହା ଭିତିରି ଖବର ଆମେ ପାଇଛୁ, ଶ୍ରୀଦାଣ୍ଡ ତିଆରି ହେଉଛି ଭିଆଇପିମାନଙ୍କ ପାଇଁ। ଏ ଭିଆଇପି ଦର୍ଶନ ବନ୍ଦ ନହେଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କେବେ ହେଲେ ଶୃଙ୍ଖଳିତ ଭାବେ ଦର୍ଶନ ହୋଇପାରିବ ନାହିଁ।

Advertisment

ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହି ନୂଆ ରାସ୍ତାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି। ମନ୍ଦିର ସଲଗ୍ନ ଚୁଡ଼ଙ୍ଗ ସାହିର ୩୯ ଓ ଦାଣ୍ଡିମାଳ ସାହିର ୯ଟି ପ୍ଲଟ ଏଥିପାଇଁ ଅଧିଗ୍ରହଣ ହେବ। ଫଳରେ ଚୁଡ଼ଙ୍ଗସାହିର ୬୬ ଓ ଦାଣ୍ଡିମାଳ ସାହିର ୧୮, ଏଭଳି ମୋଟ୍ ୮୪ ପରିବାର କ୍ଷତିଗ୍ରସ୍ତ ହେବେ। ଯଦିଓ ବିସ୍ଥାପିତ ହେବାକୁ ଥିବା ପରିବାର ମହାପ୍ରଭୁଙ୍କ ସେବା ପାଇଁ ମୂଲ୍ୟବାନ ଭିଟାମାଟି ଛାଡ଼ିବାକୁ ରାଜି, ହେଲେ ମାଗିଛନ୍ତି ଉଚିତ୍ ମୂଲ୍ୟ। ସେମାନେ ସଫା ସଫା କହିଛନ୍ତି- ଏଥିରେ ବିଚ୍ୟୁତି ହେଲେ ଇଞ୍ଚେ ବି ଜାଗା ଛାଡିବେନି।

ସେହିପରି ଏକଦା ମୂଲ୍ୟବାନ ଔଷଧୀୟ ବୃକ୍ଷ ଓ ଶହ ଶହ ନଡ଼ିଆ ଗଛରେ ଭର୍ତ୍ତି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନକୁ ଲଣ୍ଡା କରି ରାସ୍ତା ନିର୍ମାଣକୁ ବି ନେଇ ଉଠିଲାଣି ବିରୋଧର ସ୍ୱର। ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ଦୟଣାଚୋରି ଓ ବେଣ୍ଟ ଶିକାର ନୀତି ମଧ୍ୟ ହୋଇଥାଏ। ଏବେ ଆଉ ତାହା ହୋଇପରିବନି ବୋଲି ସେବକ ମତ ଦେଲେଣି। ଆଉ ଏସବୁ ଭିତରେ ରାସ୍ତା କାମ ଯୋଗୁଁ ଠାକୁରଙ୍କ ଦୋଳବେଦୀ ପାହାଚ ଭାଙ୍ଗିବା ସହ ରାସ୍ତା ସଙ୍କୁଚିତ ହେଉଥିବା ଅଭିଯୋଗ ଆସିଲାଣି। ଯାହାଦ୍ୱାରା ଦୋଳ ଉତ୍ସବ ସମୟରେ ଠାକୁରଙ୍କ ବିମାନ ଆସିବାରେ ଘୋର ଅସୁବିଧା ହେବ ବୋଲି କହୁଛନ୍ତି ବିମାନବଡୁ ସେବକ। ହେଲେ ଓବିସିସି କହୁଛି- ସବୁ ନିୟମ ଭିତରେ ହେଉଛି।

Puri Shreemandir Puri Temple Badadanda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe