Advertisment

ଆସନ୍ତା ବର୍ଷ ପ୍ରତିଷ୍ଠା ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାଣି ରଖନ୍ତୁ ତାରିଖ

ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ପରେ ଭକ୍ତମାନେ ପୁରୀରେ ଆସିଲେ ବିଶ୍ୱସ୍ତରୀୟ ଅନୁଭୂତି ସାଉଣ୍ଟି ପାରିବେ।

ଅଦ୍ୟତନ ହୋଇଛି
Meeting

Meeting

Advertisment

ସରି ଆସିଲାଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆସନ୍ତା ବର୍ଷ ହେବ ପ୍ରତିଷ୍ଠା । ଆସନ୍ତା ବର୍ଷ ଜାନୁୟାରୀ ୧୭ ତାରିଖରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପ ପ୍ରତିଷ୍ଠ କରାଯିବ । ଫଳରେ ଏହା ଦେଶବିଦେଶର ଭକ୍ତଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ । ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ପରେ ଭକ୍ତମାନେ ପୁରୀରେ ବିଶ୍ୱସ୍ତରୀୟ ଅନୁଭୂତି ସାଉଣ୍ଟି ପାରିବେ।

Advertisment

ଆଜି ଗଜପତି ମହାରାଜା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଜଗନ୍ନାଥ ବଲ୍ଲଭ ଓ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରି ଏପରି ସୂଚନା ଦେଇଛନ୍ତି।  କାମ କେତେ ଦୂର ଆଗେଇଛି, କାମ କେତେ ସରିଛି ଓ କେତେ ବାକି ଅଛି ତାର ସମୀକ୍ଷା କରିଛନ୍ତି ଗଜପତି ମହାରାଜା। ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

ଏନେଇ ସୂଚନା ଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମଗ୍ର ବିଶ୍ୱବାସୀଙ୍କ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଏହା ଅତି ସୁନ୍ଦର ବ୍ୟବସ୍ଥା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପୁରୀ ଆସୁଥିବା ଭକ୍ତ ନିଜ ଗାଡ଼ି ପାର୍କିଂ କରି ଖୁବ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଠାରେ ପାର୍କିଂ, କିଛି ଦୋକାନ, ଫୁଡ କୋର୍ଟ, ଅଡିଟୋରିୟମ ରହିବ। ଏହାପରେ ମନ୍ଦିର ଯିବା ପାଇଁ ବଡ଼ଦାଣ୍ଡର ଉନ୍ନତିକରଣ କରାଯିବ । ଭକ୍ତ କିପରି ସୁବିଧାରେ ବଡ଼ଦାଣ୍ଡରେ ପହଞ୍ଚି ପାରିବେ ତାହାର ବ୍ୟବସ୍ଥା କରାଯାଉଛି। ତେଣୁ ଶୀଘ୍ର ଏହି ପ୍ରକଳ୍ପର ଶେଷ ହେବା ଉପରେ ଗୁରୁତ୍ୱାରୋପ କରୁଛୁ।

Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ କହିଛନ୍ତି, ପୁରୀକୁ ୧୦ ବର୍ଷ ତଳେ ଯେଉଁମାନେ ଆସୁଥିଲେ ଏବେ ଆସିଲେ ଆକାଶ ପାତାଳ ଫରକ ଅନୁଭବ କରିବେ। ଅଡିଟୋରିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କାଚ ଖୋଲାଯାଇ ଭକ୍ତଙ୍କ ଜଗନ୍ନାଥ ମନ୍ଦିରର ଦର୍ଶନ ବ୍ୟବସ୍ଥା କରାଯିବ। ଫଳରେ ସେମାନେ ଦିବ୍ୟ ଅନୁଭୂତି ସାଉଣ୍ଟି ପାରିବେ।

ଆଜି ସନ୍ଧ୍ୟା ୬ଟାରେ ଗଜପତିଙ୍କ ଶ୍ରୀନଅରରେ ନୀତି ସବ କମିଟି ବୈଠକ ବସିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ନୀତି ସବ କମିଟିର ସଦସ୍ୟ, ପରିଚାଳନା କମିଟି ସଦସ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଓ ପଣ୍ଡିତ ମାନେ ଯୋଗଦାନ କରିବେ। ଏହି ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବା କାର୍ଯ୍ୟକ୍ରମ ରହିଛି।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe