/odisha-reporter/media/post_attachments/uploadimage/library/16_9/16_9_0/IMAGE_1689949946.jpg)
Ranjan Dash
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗଠନ ହୋଇଛି ସବ କମିଟି। ଏହି କମିଟି ମତାମତ ଦେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ କହିଛନ୍ତି।
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଚାରି ଦ୍ୱାର ଖୋଲିବା ନେଇ ଆଜି ଛତିଶା ନିଯୋଗ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଛତିଶା ନିଯୋଗର ବିଭିନ୍ନ ସଦସ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ମତାମତ ତର୍ଜମା କରିବାକୁ ଏକ ସବ୍ କମିଟି ଗଠନ କରାଯାଇଛି ଏବଂ କମିଟି ମତାମତ ଦେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ନୀଳାଦ୍ରୀଭକ୍ତ ନିବାସରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ, ଏସପି, ସମସ୍ତ ନିଯୋଗର ପ୍ରତିନିଧି, ପରିଚାଳନା କମିଟିର ସେବାୟତ ପ୍ରତିନିଧି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲେଖିଛନ୍ତି ଚିଠି। ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ସେ ଚିଠିରେ ଲେଖିଛନ୍ତି। ପରିଚାଳନା କମିଟିରେ ଏଜେଣ୍ଡା ଭାବେ ଏହା କାହିଁକି ଆଲୋଚନା ହେଉନି ବୋଲି ମଧ୍ୟ ସେ ଚିଠିରେ ଲେଖିଛନ୍ତି। ସୁରକ୍ଷା ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ କମିଟିରେ ଏହି ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ସେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି।ଏହାପୂର୍ବରୁ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ମତ ଦେଇ ରତ୍ନଭଣ୍ଡାର କେବେ ଖୋଲିବ ତାହା ସରକାର ନିଷ୍ପତ୍ତି ନେବେ କହିଥିଲେ ଗଜପତି ମହାରାଜା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
