Advertisment

ରାମଲଲାଙ୍କ ମସ୍ତକରେ ଦୃଶ୍ୟମାନ ହେବେ ସୂର୍ଯ୍ୟ ତିଲକ

ଏହି ଅଭିନବ ଅଲୌକିକ ପ୍ରୟାସର ଗତକାଲି ଟ୍ରାଏଲ ହୋଇଛି। ନିରନ୍ତର ୪ ମିନିଟ ଧରି ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡ଼ି କିଭଳି ମୁଖମଣ୍ଡଲକୁ ଦୀପ୍ତମାନ କରିବ ସେଥିପାଇଁ ଯୋଜନା ହୋଇଛି।

ଅଦ୍ୟତନ ହୋଇଛି
Ram Lalla

Ram Lalla

Advertisment

ରାମଲଲାଙ୍କ ମସ୍ତକରେ ଦୃଶ୍ୟମାନ ହେବେ ସୂର୍ଯ୍ୟ ତିଲକ। ଏଥିପାଇଁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟ ତିଲକର ଟ୍ରାଏଲ ରନ ଗତକାଲି ହୋଇଛି।

Advertisment

ଆସନ୍ତା ୧୭ ତାରିଖରେ ରାମ ନବମୀ ଉତ୍ସବରେ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ହେବାର ଅଛି। ସେହିଦିନ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି। ସେହି ସମୟରେ ସୂର୍ଯ୍ୟଙ୍କ କିରଣ ପ୍ରଭୁ ରାମଙ୍କ ମସ୍ତକରେ କିଭଳି ଆସି ପଡ଼ିବ ସେଥିପାଇଁ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି।

ଏହି ଅଭିନବ ଅଲୌକିକ ପ୍ରୟାସର ଗତକାଲି ଟ୍ରାଏଲ ହୋଇଛି। ନିରନ୍ତର ୪ ମିନିଟ ଧରି ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡ଼ି କିଭଳି ମୁଖମଣ୍ଡଲକୁ ଦୀପ୍ତମାନ କରିବ ସେଥିପାଇଁ ଯୋଜନା ହୋଇଛି।

Advertisment

ଏହି ବୈଜ୍ଞାନିକ ପଦ୍ଧତି ପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁ ନିର୍ମିତ ସ୍ୱତନ୍ତ୍ର ପାଇପ ସହାୟତା ନିଆଯାଇଛି। ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡ଼ିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ଡ.ସରୋଜ ପାଣିଗ୍ରାହୀ।

Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe