Advertisment

ହୋଇପାରିଲାନି ଜଗାର ବନକଲାଗି, ପ୍ରଶାସନିକ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଲେ ସେବାୟତ

ଥରେ ନୁହେଁ, ଏହାକୁ ମିଶାଇ ଦୁଇଥର ନିର୍ଦ୍ଦେଶକୁ ବେଖାତିର କରାଗଲା। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି କରିବାକୁ ଦେଖାଦେଇଥିବା ବିବାଦ ସମାଧାନ ହୋଇପାରି ନ ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
undefined

lord jagannath

Advertisment

ଆଜି ବି ହୋଇପାରିନି ଜଗାର ବନକଲାଗି। ଆଜି ବନକଲାଗି ନୀତି କରିବା ନେଇ ପ୍ରଶାସନିକ ନିର୍ଦ୍ଦେଶକୁ ଫୁସ୍‌ କିନା ଉଡ଼ାଇ ଦେଲେ ସମ୍ପୃକ୍ତ ସେବକ। ଥରେ ନୁହେଁ, ଏହାକୁ ମିଶାଇ ଦୁଇଥର ନିର୍ଦ୍ଦେଶକୁ ବେଖାତିର କରାଗଲା। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି କରିବାକୁ ଦେଖାଦେଇଥିବା ବିବାଦ ସମାଧାନ ହୋଇପାରି ନ ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଗତ ୧୯ ତାରିଖରେ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏହାର ପୂର୍ବଦିନ ନିର୍ଦ୍ଦେଶ ଦେଇଥିଲା। ହେଲେ ଏହା ପାଳନ ହୋଇନଥିଲା। ଆଜି ବନକଲାଗି କରିବାକୁ ସାନି ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ ଶେଷ ଖବର ସୁଦ୍ଧା ବନକଲାଗି ହୋଇନି। ଆଜି ବନକଲାଗି ନୀତି ନକଲେ ପ୍ରଶାସନ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ବିକଳ୍ପ ବ୍ୟବସ୍ଥା କରିବ ବୋଲି ଚେତାବନୀ ଦେଇଛି।

ଗୁରୁବାର ନୁହେଁ, ଆଜି ହିଁ ଶ୍ରୀଜୀଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଦେଇଥିଲା। ଆଜି ବନକ ଲାଗି ନ କଲେ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

Advertisment

ସେ କହିଛନ୍ତି, ୨୦୧୮ ମସିହାରେ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରାଯାଏ। ବୁଧବାର ନହୋଇପାରିଲେ ଗୁରୁବାର ଏହି ନୀତି କରାଯାଏ। ଏବାବଦରେ ବାମଦେବ ସଂହିତାରେ ମଧ୍ୟ ବୁଧବାର ବନକଲାଗି ନୀତି କରିବାକୁ ଉଲ୍ଲେଖ କରାଯାଇଛି। ଦତ୍ତମହାପାତ୍ର ନିଯୋଗ କିନ୍ତୁ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି।  ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସେହିପରି ଶ୍ରୀମନ୍ଦିର ପ୍ରଶାସନର ଏକ ନିର୍ଦ୍ଦେଶନାମାରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ସପ୍ତାହର ଗୁରୁବାର ଦିନ ବନକଲାଗି ହେଉଛି। ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା। ଚଳିତ ବର୍ଷ ଜୁନ୍ ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ପୂର୍ବରୁ ଗୁରୁବାର ବନକଲାଗି ପାଇଁ ପ୍ରଶାସନକୁ ନିବେଦନ କରାଯାଇଥିବା ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ବନକଲାଗି ନୀତି ସମ୍ଭବ ନୁହେଁ। ଆସନ୍ତାକାଲି ବନକଲାଗି କରିବାକୁ ସେ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି। ବନକ ସାମଗ୍ରୀ ପ୍ରସ୍ତୁତ ପାଇଁ ଅନ୍ୟୁନ ୫/୬ ଘଣ୍ଟା ଆବଶ୍ୟକ। ଆଜି ବନକ ଲାଗି ନିମନ୍ତେ ଆବଶ୍ୟକ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆଣି ପ୍ରସ୍ତୁତ ଲେପ ପ୍ରସ୍ତୁତି କରାଯିବ।ତେଣୁ ଆଜି ବନକଲାଗି କରିବା ସମ୍ଭବପର ନୁହେଁ। କାଲି ବନକଲାଗି କରିବାକୁ ପ୍ରଶାସକଙ୍କ ଅନୁମତି ଲୋଡ଼ା ଯାଇଛି ବୋଲି କହିଛନ୍ତି ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର।

ସୂଚନା ଥାଉକି, ଗତମାସ ୨୦ ତାରିଖରେ ଅନୁଷ୍ଠିତ ରଥଯାତ୍ରା ପରଠାରୁ ଏପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ବା ଶ୍ରୀମୁଖ ସିଙ୍ଗାର କରାଯାଇନି। ଫଳରେ ମହାପ୍ରଭୁମାନଙ୍କ ଶ୍ରୀମୁଖ ମଳିନ ଦିଶିଲାଣି। ଶାସ୍ତ୍ର ଅନୁସାରେ ଏହା ଅଶୁଭକାରକ ହୋଇଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Puri Lord Jagannath Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe