Advertisment

ଶ୍ରୀମନ୍ଦିରରେ ସଂଧ୍ୟା ବଦଳରେ ଅପରାହ୍ନରେ ହେବ ଧ୍ୱଜା ବନ୍ଧା

ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବାନା ଶ୍ରୀମନ୍ଦିରରେ ଲାଗିବ।

ଅଦ୍ୟତନ ହୋଇଛି
Puri

Puri

Advertisment

ଶ୍ରୀମନ୍ଦିରରେ ସଂଧ୍ୟା ବଦଳରେ ଅପରାହ୍ନରେ ହେବ ଧ୍ୱଜା ବନ୍ଧା ନୀତି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ହେଉଛି। ସଂଧ୍ୟାରେ ଧ୍ୱଜା ବନ୍ଧା ନୀତି ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ରହି ଏହାକୁ ଦେଖୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ।

Advertisment

ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବାନା ଶ୍ରୀମନ୍ଦିରରେ ଲାଗିବ। ଏଥିପାଇଁ ଚୁନରା ସେବାୟତଙ୍କ ସମେତ ଧ୍ୱଜା ବନ୍ଧା ସେବାରେ ନିୟୋଜିତ ଥିବା ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।

ଜଣେ ଚୁନରା ସେବାୟତ କହିଛନ୍ତି,  ସନ୍ଧ୍ୟା ୫ଟା ବେଳେ ଧ୍ୱଜା ବନ୍ଧା ହେଉଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ୩ଟାରୁ ୪ଟା ମଧ୍ୟରେ ଶ୍ରୀମନ୍ଦିରରେ ବାନା ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଗହଳି ହେଉଛି। ଧ୍ୱଜା ବନ୍ଧା ସମୟରେ ଅତ୍ୟଧିକ ଗହଳି ମଧ୍ୟ ହେଉଛି। ଗହଳି ଅଧିକ ହେବା ଯୋଗୁ ଦଳା ଚକଟା ପରି ପରିସ୍ଥିତ ଉପୁଜିଥାଏ। ଯଦି ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରୁ ବାନା ଗୁଡ଼ିକ ଆମ ପାଖରେ ୩ଟା ସମୟରେ ଆସି ପହଞ୍ଚିବ, ତାହାହେଲେ ସାଢ଼େ ୩ ଟା ସମୟରେ ଆମେ ବଡ଼ ଦେଉଳ ଉପରେ ଚଢ଼ିବୁ। ୪ଟା ସୁଦ୍ଧା ଧ୍ୱଜା ବନ୍ଧା  କାର୍ଯ୍ୟ ସମାପନ ହେବ। 

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe