Advertisment

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବଣ୍ଟା ଯାଇଥିଲା ତିରୁପତି ଲଡ଼ୁ

ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ତିରୁପତି ମନ୍ଦିରରୁ ଲଡ଼ ଆସିଥିବା ମୁଖ୍ୟ ପୁରୋହିତ କହିଛନ୍ତି।

author-image
Debibandita Barick
Ramlala

Ramlala

ତିରୁପତି ତିରୁମାଳା ବାଲାଜୀ ମନ୍ଦିରର ଲଡ଼ୁକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ତିରୁପତି ମନ୍ଦିରର ଲଡ଼ୁ ବଣ୍ଟା ଯାଇଥିଲା।

Advertisment

ଖୋଦ୍ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏହା କହିଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରର ଲଡ଼ୁ ବଣ୍ଟନ ହୋଇଥିବା ସେ କହିଛନ୍ତି।

ତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ପଶୁ ଚର୍ବି ମିଶୁଥିବା ଉପରେ ପ୍ରତିକ୍ରିୟା ରଖି ଆଚାର୍ଯ୍ୟ ଦାସ କହିଛନ୍ତି, "ଏହା ସାଙ୍ଘାତିକ ଷଡ଼ଯନ୍ତ୍ର। ତିରୁପତିରୁ କେତେ ଲଡ଼ୁ ରାମ ମନ୍ଦିରକୁ ଆସିଥିଲା ମୁଁ ଜାଣି ନାହିଁ। ମନ୍ଦିର ଟ୍ରଷ୍ଟ ହୁଏତ ଏ ବାବଦରେ ଜାଣିଥିବେ। କିନ୍ତୁ ଯେତେ ବି ଲଡ଼ୁ ଆସୁ, ଅନେକ ଭକ୍ତଙ୍କୁ ଏହା ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା।"  

Advertisment

ପ୍ରକାଶ ଥାଉକି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ଲଡ଼ୁ ମାଛ ତେଲ ଏବଂ ପଶୁ ଚର୍ବିରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆଣିଥିଲେ। ପୂର୍ବରୁ ୱାଇଏସଆର କଂଗ୍ରେସ ସରକାର ସମୟରୁ ଏପରି କରାଯାଉଥିବା ସେ କହିଥିଲେ। ଏହାପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା। 

ପରୀକ୍ଷଣରୁ ଜଣାଯାଇଛି ଯେ, ମାଛ ତେଲ,ଗୋରୁ ଚର୍ବି ଏବଂ ଘୁଷୁରି ଚର୍ବିରେ ଲଡ଼ୁ ପ୍ରସ୍ତୁତ ହେଉଛି। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ସେପଟେ ଆଜି ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଉ ଏକ ତଥ୍ୟର ଖୁଲାସା କରିଛନ୍ତି। 

Ayodhya Ram Temple Ram Temple Event Tirupati Laddu