Advertisment

ଏଣେ ଭାରତରେ ସନାତନ ଧର୍ମକୁ ଆକ୍ଷେପ, ତେଣେ ଆମେରିକାରେ ସନାତନ ଧର୍ମ ଦିବସ ପାଳନ ଘୋଷଣା

ଭାରତରେ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦିଆଯାଉ ଥିବାବେଳେ ଆମେରିକାର ଏକ ସହରରେ ସନାତନ ଧର୍ମ ଦିବସ ପାଳିବାକୁ ଘୋଷଣା। ଏହି ଦିନ ସେଠାରେ ପାଳନ ହେବ ସନାତନ ଧର୍ମ ଦିବସ।

author-image
Debibandita Barick
ଅଦ୍ୟତନ ହୋଇଛି
US city declares September 3 as Sanatana Dharma Day

US city declares September 3 as Sanatana Dharma Day

ଭାରତରେ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦିଆଯାଉ ଥିବାବେଳେ ଆମେରିକାରେ ସନାତନ ଧର୍ମ ଦିବସ ଘୋଷଣା ହେଉଛି। ଆମେରିକାର ଏକ ସହରରେ ସେପ୍ଟେମ୍ବର ୩କୁ ସନାତନ ଧର୍ମ ଦିବସ ରୂପେ ପାଳନ କରାଯିବା ନେଇ ଘୋଷଣା କରାଯାଇଛି। କେଣ୍ଟୁସ୍କି ଲୁଇସଭିଲ୍ଲେର ମେୟର ସେପ୍ଟେମ୍ବର ୩ ତାରିଖକୁ ସନାତନ ଧର୍ମ ଦିବସ ଭାବେ ପାଳନ କରାଯିବ ବୋଲି କହିଛନ୍ତି।

Advertisment

ସେଠାରେ ମହାକୁମ୍ଭ ଅଭିଷେକ ଆୟୋଜନ କରାଯାଉଥିବା ସମୟରେ ଏହି ଦିବସ ଘୋଷଣା କରାଯାଇଛି। ମେୟର କ୍ରେଗ୍ ଗ୍ରୀନବର୍ଗଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ମେୟର୍ ବର୍ବରା ସେକଷ୍ଟନ୍ ସ୍ମିଥ୍ ସରକାରୀ ଘୋଷଣା ପତ୍ରକୁ ପାଠ କରିଥିଲେ ଏବଂ ସେପ୍ଟେମ୍ବର ୩କୁ ସନାତନ ଧର୍ମ ଦିବସ ରୂପେ ଘୋଷଣା କରିଥିଲେ। ଚଳିତ ବର୍ଷ ପରଠାରୁ ପ୍ରତିବର୍ଷ ସେପ୍ଟମ୍ବର ୩କୁ ସେଠାରେ ସନାତନ ଧର୍ମ ଦିବସ ରୂପେ ପାଳନ କରାଯିବ। 

ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ନେତା ଚିଦାନନ୍ଦ ସରସ୍ୱତୀ, ପରମାର୍ଥ ନିକେତନ, ଋଷିକେଶ, ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଭଗବତୀ ସରସ୍ୱତୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜ୍ୟାକଲିନ୍ କୋଲେମାନ, ଡେପୁଟି ଷ୍ଟାଫ୍ କିଶା ଡୋର୍ସି ଏବଂ ଅନ୍ୟାନ୍ୟ ଆଧ୍ୟାତ୍ମିକ ଗୁରୁ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

Advertisment

ତେବେ ଆମେରିକାରେ ହିନ୍ଦୁ ଧର୍ମକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଦିବସ ଘୋଷଣା ନିଶ୍ଚିତ ରୂପେ ଆମ ଦେଶର ଧର୍ମ ବିରୋଧୀଙ୍କୁ ଏକ ଶିକ୍ଷା। କାରଣ ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ପଡୁଛି ଉଠୁଛି ଦେଶ। ସେ ଏକ କାର୍ଯ୍ୟକ୍ରେମରେ ସେ ସନାତନ ଧର୍ମକୁ କରୋନା, ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ।  

ସେ କହିଥିଲେ, "କିଛି ଜିନିଷ ଏପରି ଅଛି, ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ ବିଲୋପ କରିବା ଉଚିତ୍। ଡେଙ୍ଗୁ, ମ୍ୟାଲେରିଆ, କୋରୋନାକୁ ଖାଲି ବିରୋଧ କଲେ ଚଳିବନି ସମ୍ପୂର୍ଣ୍ଣ ରୂପେ ବିଲୋପ ବା ମୂଳୋତ୍ପଟନ କରିବା ଉଚିତ୍। ହିନ୍ଦୁ ଧର୍ମ ଠିକ୍ ଏହିପରି।" ବିରୋଧ କଲେ ହେବନି ସମ୍ପୂର୍ଣ୍ଣ ବିଲୋପ କରାଯିବା ଉଚିତ୍ ବୋଲି ସେ କହିଥିଲେ।

ଏହାକୁ ନେଇ ଦେଶରେ ବିବାଦ ଦେଖାଯାଇଛି। ଭାରତ ଭଳି ହିନ୍ଦୁ ରାଷ୍ଟ୍ରରେ ସନାତନ ଧର୍ମକୁ ବିଲୋପ କରିବାକୁ ଆହ୍ୱାନ ପରେ ଷ୍ଟାଲିନଙ୍କୁ ବିରୋଧ କରାଯାଉଛି। ହିନ୍ଦୁ ପ୍ରଚାରକ, ସନ୍ଥଙ୍କଠାରୁ ଆରମ୍ଭ କରି ରାଜନେତା ଓ ସାଧାରଣ ଜନତା ଷ୍ଟାଲିନଙ୍କୁ ସମାଲୋଚନା କରିଛନ୍ତି। ସନାତନ ଧର୍ମର ରାଷ୍ଟ୍ର ଭାରତରେ ଏପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକାରେ ସନାତନ ଧର୍ମର ଏକ ସ୍ୱତନ୍ତ୍ର ଦିବସ ପାଳନ କରିବା ନିଶ୍ଚିତ ରୂପେ ଏକ ଶିକ୍ଷା। 

Sanatana Dharma Sanatana Dharma Day US City Celebrate Sanatana Dharma Day Sanatana Dharma Remark