Advertisment

ଜାନୁଆରୀ ୨୨ ନୁହେଁ, ୨୬ ପରେ ଆସନ୍ତୁ ଅଯୋଧ୍ୟା: ଚମ୍ପତ ରାୟ

୨୦୨୪ ଡିସେମ୍ବର ସୁଦ୍ଧା ଅଯୋଧ୍ୟା ରାମ ମନ୍ଦିରର ସବୁ କାମ ଶେଷ ହେବ।

ଅଦ୍ୟତନ ହୋଇଛି
Ram Temple

Ram Temple

Advertisment

ଆସନ୍ତାବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ତେବେ ସେଦିନ ଅଯୋଧ୍ୟା ନ ଆସି, ଜାନୁଆରୀ ୨୬ ତାରିଖ ପରେ ଯେକୌଣସି ଦିନ ଅଯୋଧ୍ୟା ଆସିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ।

Advertisment

‘ଓଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଜାନୁଆରୀ ୨୨ରେ ଦେଶବାସୀ ନିଜ ନିଜ ଗାଁ ବା ଅଞ୍ଚଳରେ ଥିବା ମନ୍ଦିରରେ ଦିନ ୧୦ଟାରୁ ୨ଟା ଯାଏଁ ଉତ୍ସବ ପାଳନ୍ତୁ। ମନ୍ଦିରରେ ସେମାନେ ଭଜନକୀର୍ତ୍ତନ ଓ ପୂଜାର୍ଚ୍ଚନା କରନ୍ତୁ। ଜାନୁଆରୀ ୨୬ ପରେ ଯେବେ ଇଚ୍ଛା ହେବ ସେମାନେ ଅଯୋଧ୍ୟା ଆସନ୍ତୁ।

ସେହିପରି ବିଦେଶରେ ରହୁଥିବା ଶ୍ରଦ୍ଧାଳୁମାନଙ୍କୁ ଫେବ୍ରୁଆରୀ ମାସରେ ଅଯୋଧ୍ୟା ଆସିବାକୁ ନିବେଦନ କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ। ସେ କହିଛନ୍ତି, ବିଦେଶରେ ରହୁଥିବା ଭକ୍ତମାନେ ଜାନୁଆରୀରେ ଅଯୋଧ୍ୟା ଆସନ୍ତୁ ନାହିଁ। ସେମାନେ ଫେବ୍ରୁଆରୀରେ ଆସିଲେ ବହୁତ ସୁବିଧା ପାଇବେ।

Advertisment
Chamapt Royଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ

ଯେଉଁ ଭକ୍ତମାନଙ୍କର ବୟସ ଅଧିକ ହୋଇଯାଇଛି ବା ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନେ ବୁଝିବିଚାରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି ଚମ୍ପତ ରାୟ। କାରଣ ଅଯୋଧ୍ୟା ରାମ ମନ୍ଦିରକୁ ଆସିବା ପାଇଁ ୧ କିଲୋମିଟରରୁ ଅଧିକ ବାଟ ଚାଲିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଶ୍ରୀ ରାୟ କହିଛନ୍ତି, ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ପଥରରେ ରାମଲାଲାଙ୍କ ପ୍ରତିମା ତିଆରି କରୁଛନ୍ତି। ଭଗବାନ ରାମଙ୍କ ସ୍ୱରୂପ ୫ ବର୍ଷର ବାଳକ ଭଳି ହେବ। ତିନି ମୂର୍ତ୍ତିକାର ୫ ବର୍ଷ ବୟସର ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି। ୫ ବର୍ଷ ବାଳକର ମୁଖ ମଣ୍ଡଳ ଓ ବଡି ଲାଙ୍ଗୁଏଜ ଅବିକଳ ଉତାରିବା ଜରୁରୀ। ୩ଟି ପଥରରୁ ୨ଟି କର୍ଣ୍ଣାଟକା ଓ ଗୋଟିଏ ମକ୍ରାନାରୁ ଆସିଛି। ମୂର୍ତ୍ତି ନିର୍ମାଣ କାମ ୯୦% ସରିଗଲାଣି। ଆଉ ୧୫/୨୦ ଦିନରେ ତାହା ସଂପୂର୍ଣ୍ଣ ହୋଇଯିବ।

ଚମ୍ପତ ରାୟ କହିଛନ୍ତି, ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଯାଇଛି। ପ୍ରଥମ ମହଲା କାମ ଚାଲିଛି। ପ୍ରଥମ ମହଲାର ଆଉ ଅଳ୍ପ କାମ ରହିଛି। ଏହା ଶୀଘ୍ର ସଂପୂର୍ଣ୍ଣ ହୋଇଯିବ। ପ୍ରଥମ ମହଲା ପରେ ଦ୍ୱିତୀୟ ମହଲା କାମ ହେବ। ତା’ପରେ ମନ୍ଦିର ଚୂଡ଼ା କାମ ହେବ। ୨୦୨୪ ଡିସେମ୍ବର ସୁଦ୍ଧା ମନ୍ଦିରର ସବୁ କାମ ସରିଯିବ।

Ayodhya Ram Mandir Shri Ram Janmbhoomi Teerth Kshetra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe