Advertisment

ଭଗବାନ ‘କଳକି’ କିଏ? କେଉଁଠି ନେବେ ଧରାବତରଣ?

ଭଗବାନ କଳକି ଅବତାରରେ କିଭଳି ଦେଖାଯିବେ? ଅଗ୍ନି ପୁରାଣ ଅନୁଯାୟୀ, କଳକୀ ଅବତାରରେ ଧଳା ଘୋଡାରେ ଧନୁ, ତୀର ଧରି ଯୁଦ୍ଧା ସଦୃଶ ଆସିବେ ଭଗବାନ।

author-image
Manoranjan Sial
ଅଦ୍ୟତନ ହୋଇଛି
Kalki

Kalki

ଭଗବାନ କଳକି କିଏ? କ’ଣ ରହିଛି ହିନ୍ଦୁ ଧର୍ମର ବିଶ୍ୱାସ? କଳି ଯୁଗ କ’ଣ ସତରେ ସରୁଛି? ଯଦି ସରୁଛି କେବେ ସରୁଛି? ଭଗବାନ କଳକୀ ରୂପ ଧାରଣ କଲାବେଳେ କିଭଳି ଦେଖାଯିବେ? କେଉଁଠି ନେବେ ଧରାବତରଣ?

Advertisment

ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣଙ୍କ ମହାପ୍ରାୟଣ ପରେ ଆରମ୍ଭ ହୋଇଛି ‘କଳି ଯୁଗ’। ବିଶ୍ୱାସ କରାଯାଏ, ୪ ଲକ୍ଷ ୩୨ ହଜାର ବର୍ଷ ପରେ ଶେଷ ହେବ ‘କଳି ଯୁଗ’। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫ ହଜାର ୧୨୬ ବର୍ଷ ବିତି ସାରିଲାଣି। ଶ୍ରୀମଦ୍‌ ଭାଗବତ ଗୀତାର ୨୪ ତମ ଅଧ୍ୟାୟ ଅନୁଯାୟୀ, ପୃଥିବୀ ପୃଷ୍ଟରେ କଳକି ଅବତାର ଧାରଣ କରିବେ ଭଗବାନ। ପୁଷ୍ୟା ନକ୍ଷତ୍ରରେ ବୃହସ୍ପତି, ସୂର୍ଯ୍ୟ, ଚନ୍ଦ୍ର ଏକା ଧାଡିରେ ରହିଲେ ‘କଳକି ଅବତାର’ ଧାରଣ କରିବେ। ଆଉ କଳକିଙ୍କ ଧରାବତରଣ ଉତ୍ତରପ୍ରଦେଶର ସମ୍ଭଲରେ ହେବ ବୋଲି ବିଶ୍ୱାସ ରହିଛି।

ଭଗବାନ କଳକି ଅବତାରରେ କିଭଳି ଦେଖାଯିବେ? ଅଗ୍ନି ପୁରାଣ ଅନୁଯାୟୀ, କଳକୀ ଅବତାରରେ ଧଳା ଘୋଡାରେ ଧନୁ, ତୀର ଧରି ଯୁଦ୍ଧା ସଦୃଶ ଆସିବେ ଭଗବାନ। ଆଉ ଦୃଷ୍ଟମାନଙ୍କୁ କରିବେ ସଂଘାର। ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଛି।

Advertisment

କଳକି ଅବତାରରେ ଭଗବାନ ସମ୍ଭଲ ଏଚୋଡ଼ାରେ ଧରାବତରଣ କରିବାର ଥିବାରୁ ସେଠାରେ ନିର୍ମାଣ ହେବ ‘କଳକି ଧାମ’। ସେଠାରେ ନିର୍ମାଣ ହେବ ଭବ୍ୟ ମନ୍ଦିର। ଆଉ ସେଥିପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ମନ୍ଦିରର ଏକ ମଡେଲକୁ ମଧ୍ୟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ମନ୍ଦିରର ନିର୍ମାଣ ଦାୟିତ୍ୱ ନେଇଛି ଶ୍ରୀକଳକି ଧାମ୍‌ ନିର୍ମାଣ ଟ୍ରଷ୍ଟ। ଆଉ ସେହି ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ।

BJPଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସମ୍ଭଲରେ ଭିଡ଼ ଜମାଇଥିଲେ ବହୁ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ। ଶିଳାନ୍ୟାସ ବେଳେ ମନ୍ଦିରର ଟ୍ରଷ୍ଟ ଅଧ୍ୟକ୍ଷଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରମୁଖ ଉପସ୍ଥିତ ଥିଲେ। ସେହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କର ୧୦ଟି ଅବତାର ଦେଖିବାକୁ ମିଳିବ।

କଳକି ମନ୍ଦିରରେ କ’ଣ ରହିବ ବୈଶିଷ୍ଟ?

କଳିକ ଧାମ ମନ୍ଦିରରେ ରହିବ ୧୦ଟି ଗର୍ଭଗୃହ। ଭାରତ ବର୍ଷରେ ଥିବା ବିଭିନ୍ନ ଜଣାଶୁଣା ଧାମ ମଧ୍ୟରୁ ଏଠାରେ ନିର୍ମାଣ ହେଉଛି ଆଉ ଏକ ଧାମ। ଯାହା କଳକି ଧାମ ରୂପେ ପରିଚିତ ହେବ। ଭଗବାନ ବିଷ୍ଣୁଙ୍କ ବିଭିନ୍ନ ଅବତାରର ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ ହେବ। ପ୍ରାୟ ୫ ଏକର ସ୍ଥାନରେ ନିର୍ମାଣ ହେଉଛି ‘କଳକି ମନ୍ଦିର’। ୫ ବର୍ଷ ମଧ୍ୟରେ ସରିବ ମନ୍ଦିର ନିର୍ମାଣ କାମ। ଅଯୋଧ୍ୟା ରାମ ମନ୍ଦିର ଓ ସୋମନାଥ ମନ୍ଦିର ଢାଞ୍ଚାରେ ହେବ ଏହି ମନ୍ଦିର। ଏହି ମନ୍ଦିରରେ ଲାଗିବ ଗୋଲାପି ରଙ୍ଗର ପଥର। ସବୁଠି କୌତୁହଳ ଜନକ କଥା ହେଲା, ଏହି ମନ୍ଦିର ନିର୍ମାଣରେ ବ୍ୟବହାର ହେବନି ଷ୍ଟିଲ୍‌ କିମ୍ବା ଲୁହା ଫ୍ରେମ୍। ମନ୍ଦିରର ନିମ୍ନଭାଗ ସହ ମୋଟ୍‌ ଉଚ୍ଚତା ୧୦୮ ଫୁଟ ରହିବ। ମାଟିରୁ ମନ୍ଦିରର ବେସ କେବଳ ୧୧ ଫୁଟ୍‌ ଉଚ୍ଚତା ରହିବ। ଏହା ପାଲଟିବ ହିନ୍ଦୁ ଧର୍ମର ଆଉ ଏକ ପବିତ୍ରସ୍ଥାନ।

Uttar Pradesh Narendra Modi Hindu Temple