Advertisment

‘ସମୃଦ୍ଧ ଓଡ଼ିଶା-ଆମ ସ୍ୱପ୍ନ-ଆମ ସଂକଳ୍ପ’ ଆଲୋଚନାଚକ୍ର

ସଭାରେ ଅନ୍ୟତମ ଆଲୋଚକ ଭାବରେ ଯୁବ ସାହିତ୍ୟିକ ତଥା ଗବେଷକ ଇଂ ବିଷ୍ଣୁ ମୋହନ ଅଧିକାରୀ ଉପସ୍ଥିତ ରହି ‘ଓଡ଼ିଆ ସାହିତ୍ୟ ଏକ ମାନବୀୟ ସମ୍ବେଦନ’ ପ୍ରସଙ୍ଗରେ ଆଲୋକପାତ କରିଥିଲେ।

author-image
Manoranjan Sial
Literature

Literature

ରବିବାର ସନ୍ଧ୍ୟାରେ ସୃଜନୀ ପରିବାର ଚେନ୍ନାଇ ଆନୁକୂଲ୍ୟରେ ‘ସମୃଦ୍ଧ ଓଡ଼ିଶା - ଆମ ସ୍ୱପ୍ନ - ଆମ ସଂକଳ୍ପ’ ଆଲୋଚନାଚକ୍ର ହୋଇଯାଇଛି। ବରେଣ୍ୟ ଅତିଥି ତଥା ଆଲୋଚକମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିଥିଲେI

Advertisment

ଆଲୋଚନାଚକ୍ରରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁଅ ତଥା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର ଭାଗନେଇ ନିଜ ଅଭିଭାଷଣରେ ଓଡ଼ିଆ ଜାତିର ସ୍ୱାଭିମାନ, ତା'ର କଳା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋଚନା କରିଥିଲେ। ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଓ ସଂକଳ୍ପକୁ ମୁଖ୍ୟ ପ୍ରସଙ୍ଗ କ୍ରମେ ବରେଣ୍ୟ ଅତିଥି ତଥା ଗବେଷକ ଡ଼କ୍ଟର ଅନନ୍ତ ରାମ କର( କୌଣ୍ଡିନ୍ୟ) ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

ଉକ୍ତ ଆଭାସୀ ଆଲୋଚନାଚକ୍ରରେ ପ୍ରଶାନ୍ତ ଭୁଁୟା(ପ୍ରଭୂ) ବିଦେଶ ମାଟି ଟରୋଣ୍ଟୋ(କାନାଡ଼ା) ଉତ୍ତର ଆମେରିକାରୁ ଯୋଡି ହୋଇ ‘ଆମ ଅସ୍ମିତା - ଓଡ଼ିଆ ଓ ଓଡ଼ିଶା’ ପ୍ରସଙ୍ଗରେ ନିଜସ୍ୱ ଗବେଷଣାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ସୃଜନୀ ପରିବାରର ଅନ୍ୟତମ ଉପଦେଷ୍ଟା ତଥା ସାରସ୍ୱତ ସାଧିକା ଡ଼. ବାସନ୍ତୀ ମହାନ୍ତି ନିଜ ଗବେଷଣାତ୍ମକ ଅଭିବ୍ୟକ୍ତିରେ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଭାବଧାରା’ ପ୍ରସଙ୍ଗର ବିସ୍ତୃତ ଆଲୋଚନା ସହ ଓଡ଼ିଆ ସାହିତ୍ୟର କ୍ରମଧାରା ଓ ଏହାର ଭିବିଷ୍ୟତକୁ ନେଇ ନିଜସ୍ୱ ମତ ପ୍ରଦାନ କରିଥିଲେ।

Advertisment

ସଭାରେ ଅନ୍ୟତମ ଆଲୋଚକ ଭାବରେ ଯୁବ ସାହିତ୍ୟିକ ତଥା ଗବେଷକ ଇଂ ବିଷ୍ଣୁ ମୋହନ ଅଧିକାରୀ ଉପସ୍ଥିତ ରହି ‘ଓଡ଼ିଆ ସାହିତ୍ୟ ଏକ ମାନବୀୟ ସମ୍ବେଦନ’ ପ୍ରସଙ୍ଗରେ ଆଲୋକପାତ କରିଥିଲେ। ଏହି ପ୍ରସଙ୍ଗକୁ ପୁନଶ୍ଚ ଡ଼. ବାସନ୍ତୀ ମହାନ୍ତି ଏବଂ ଶ୍ରୀମାନ ପ୍ରଶାନ୍ତ ଭୁଁୟା ଆଲୋଚନା ମାଧ୍ୟମରେ ନିଜସ୍ୱ ଅଭିମତ ପ୍ରଦାନ କରିଥିଲେ।

‘ପୁଣ୍ୟ ଭୂମି ଓଡିଶା : ଆମ ସଂକଳ୍ପ’ ପ୍ରସଙ୍ଗରେ ବରିଷ୍ଠ ବରିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ଦେବେନ୍ଦ୍ର ପୃଷ୍ଠି ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିବା ସହ ନୂତନ ଓଡ଼ିଶାର ଉନ୍ମେଷ ଭାବଧାରାକୁ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ଜନମାନସରେ ଉପଲବ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ।

ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର(ଆଇ ଏଫ୍‌ଏସ୍‌- ଅବସରପ୍ରାପ୍ତ) ଓ ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ର, ଦର୍ଶନ ଶାସ୍ତ୍ର ବିଶାରଦ ତଥା ଶିକ୍ଷାବିତ ନିଜସ୍ୱ ଅଭିଭାଷଣ ସଭାରେ ରଖିବା ସହ ଓଡ଼ିଶାର ସ୍ୱର୍ଣ୍ଣିମ ଭବିଷ୍ୟତକୁ ନେଇ ଆଶାବାଦୀ ହୋଇଥିଲେ।

ସୃଜନୀ ପରିବାରର ସଂପାଦକ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସାମ୍ବାଦିକ ତଥା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ବିଘ୍ନେଶ୍ଵର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା। ରମେଶ ଚନ୍ଦ୍ର ପସାଏତଙ୍କ ସଂଚାଳନାରେ ସଭାକାର୍ଯ୍ୟ ଗତିଶୀଳ ହୋଇଥିଲା। ପ୍ରସାରଭାରତୀର କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ, ଆକାଶବାଣୀ କଣ୍ଠଶିଳ୍ପୀ ମହାଶ୍ୱେତା ପଟ୍ଟନାୟକ, କଣ୍ଠଶିଳ୍ପୀ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଓ କଣ୍ଠଶିଳ୍ପୀ ଶଶୀକାନ୍ତ ରାଜଗୁରୁଙ୍କ ସଂଗୀତ ପରିବେଷଣରେ ସଭା ସଂଗୀତମୟ ହେବା ସହ ଉପସ୍ଥିତ ସମସ୍ତ ଶ୍ରୋତା ଆନନ୍ଦିତ ହୋଇଥିଲେ। ସଭା ଶେଷରେ ସମ୍ପାଦକ ଅଶୋକ ସାମନ୍ତଙ୍କ ଦ୍ୱାରା ଧନ୍ୟବାଦାର୍ପଣ ସହ ସଭା ସାଙ୍ଗ ହୋଇଥିଲା।

Bhubaneswar Literature