ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସୁପାରିଶ କଲେ ରାଜ୍ୟ କ୍ୟାବିନେଟ

ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମୁଣ୍ଡାରୀ ଭାଷା ଅନ୍ତର୍ଭୁକ୍ତ ହେଲେ ମୁଣ୍ଡା ଓ ମୁଣ୍ଡାରୀ ଜନଜାତିଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି ହୋଇପାରିବ ।

ଲୋକସେବା ଭବନ

  • Published: Friday, 20 October 2023
  • , Updated: 20 October 2023, 08:13 AM IST

ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମୁଣ୍ଡାରୀ ଭାଷା ଅନ୍ତର୍ଭୁକ୍ତ ହେଲେ ମୁଣ୍ଡା ଓ ମୁଣ୍ଡାରୀ ଜନଜାତିଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି ହୋଇପାରିବ । ଏହା ମୁଣ୍ଡାରୀ ଭାଷା ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଓ ପ୍ରସାରରେ ସହାୟକ ହେବ ।

ମୁଣ୍ଡାରୀ ଭାଷାଭାଷୀଙ୍କ ଅନ୍ୟ ଭାଷାକୁ ଆହରଣ କରିବା ଧାରା ନିୟନ୍ତ୍ରିତ ହେବ । ମୁଣ୍ଡାରୀ ଭାଷାରେ ଲିଖିତ ସାହିତ୍ୟ ସୃଷ୍ଟି ବ୍ୟାପକ ହେବ । ମୁଣ୍ଡାରୀ ଭାଷାଭାଷୀଙ୍କ ପ୍ରଜାତିକ ଜ୍ଞାନ ଓ ପ୍ରୟୋଗ କୌଶଳ ସଂରକ୍ଷିତ ହୋଇପାରିବ । ଏହି ନିଷ୍ପତ୍ତି ଯୋଗୁ ୬ଲକ୍ଷରୁ ଅଧିକ ମୁଣ୍ଡାରୀ ଭାଷାଭାଷୀ ଜନଜାତି ଲୋକ ଉପକୃତ ହେବେ । ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ସକାଶେ ସୁପାରିଶ କରାଯାଇଥିବା କ୍ୟାବିନେଟ୍ ନିଷ୍ପତ୍ତିରେ କୌଣସି ଆର୍ଥିକ କଟକଣା ରହିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Related story