Advertisment

ସ୍ୱାତୀ ଜେନାଙ୍କୁ ମିଳିଲା ‘FEMFEST-2024’ ସମ୍ମାନ

ଆଲୋଚନାଚକ୍ର ପରେ ସାମ୍ବାଦିକତାରେ ପରିଚୟ ସୃଷ୍ଟି କରିଥିବା ୭ ଜଣ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ସନ୍ମାର୍ଗ ପକ୍ଷରୁ ‘FEM FEST-2024’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେଥିରେ ଅଛନ୍ତି ଓଡ଼ିଶା ରିପୋର୍ଟର ସାମ୍ବାଦିକା ସ୍ଵାତୀ ଜେନା।

author-image
Manoranjan Sial
Swati

Swati

ଓଡ଼ିଶା ରିପୋର୍ଟର ସାମ୍ୱାଦିକ ସ୍ୱାତୀ ଜେନାଙ୍କୁ ମିଳିଲା ‘FEMFEST-2024’ ସମ୍ମାନ। ଏଥିସହ ଆଉ ୬ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ୍ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଦୈନିକ ହିନ୍ଦୀ ଖବରକାଗଜ ‘ସନ୍ମାର୍ଗ’ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Advertisment

ଆଜି ‘ସନ୍ମାର୍ଗ’ ପକ୍ଷରୁ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଛି। ଓଡ଼ିଶାରେ ଏକ ହିନ୍ଦୀ ଭାଷାରେ ଖବର କାଗଜ ଚଳେଇବାରେ ଦେଖାଇଥିବା ସମସ୍ୟାକୁ ନେଇ ଏହି ଆଲୋଚନାଚକ୍ର ହୋଇଥିଲା। ଏଥିରେ ଅତିଥି ଭାବେ ସମ୍ୱାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗ ଦେଇଥିଲେ। ଅତିଥିମାନେ ନିଜର ମତ ରଖିଥିଲେ।

ଆଲୋଚନାଚକ୍ର ପରେ ସାମ୍ବାଦିକତାରେ ପରିଚୟ ସୃଷ୍ଟି କରିଥିବା ୭ ଜଣ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ସନ୍ମାର୍ଗ ପକ୍ଷରୁ ‘FEM FEST-2024’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେଥିରେ ଅଛନ୍ତି ଓଡ଼ିଶା ରିପୋର୍ଟର ସାମ୍ବାଦିକା ସ୍ଵାତୀ ଜେନା। ଏଥିସସହ ଅର୍ଗସର ସାମ୍ବାଦିକା ସତରୁପା ସାମନ୍ତରାୟ, ପୂର୍ବତନ ଜନସଂପର୍କ ଅଧିକାରୀ ଗୌର ମହପାତ୍ରଙ୍କ ସମେତ ୭ ଜଣ ଗଣମାଧ୍ୟମ ପ୍ରତିନିଧି ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ୍‌ ଥିବା ଲୋକଙ୍କୁ ସମ୍ମାନିତ କରାଯାଇଥିଲା। ସନ୍ମାର୍ଗ ଖବର କାଗଜର ସମ୍ପାଦକ ରାମକୃଷ୍ଣ ଖଣ୍ଡେଲ୍‌ୱାଲ୍‌ ଏହି ସମ୍ମାନ ପ୍ରଦାନ କରିଛନ୍ତି।

Advertisment
Bhubaneswar Literature