Advertisment

ସ୍ୱାମୀଜୀ ହତ୍ୟାକାରୀ କିଏ? କେବେ ସାର୍ବଜନୀନ ହେବ କମିଶନଙ୍କ ରିପୋର୍ଟ?

ପୁଲିସ୍‌ ଆଜି ପର୍ଯ୍ୟନ୍ତ ସ୍ୱାମୀଜୀଙ୍କ ପ୍ରକୃତ ହତ୍ୟାକାରୀକୁ ଗିରଫ କରିନାହିଁ। ଦୁଇ ଦୁଇଟି ଦଙ୍ଗା କମିଶନ ସେମାନଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ସାର୍ବଜନୀନ ହୋଇପାରୁନି।

Laxmananda

Laxmananda

Advertisment

ତିଥି ଅନୁସାରେ ୨୦୦୮ ଆଜିର ଦିନରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଥିଲା। ଏହି ଘଟଣାକୁ ଆଜି ୧୫ ବର୍ଷ ପୂରିଲାଣି। କିନ୍ତୁ ପୁଲିସ୍‌ ଆଜି ପର୍ଯ୍ୟନ୍ତ ସ୍ୱାମୀଜୀଙ୍କ ପ୍ରକୃତ ହତ୍ୟାକାରୀକୁ ଗିରଫ କରିନାହିଁ। ଦୁଇ ଦୁଇଟି ଦଙ୍ଗା କମିଶନ ସେମାନଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ସାର୍ବଜନୀନ ହୋଇପାରୁନି। ଯାହାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ସେଥିପାଇଁ ସରକାର ଉପରେ ଦୋଷ ଲଦିଛନ୍ତି ସ୍ୱାମୀଜୀଙ୍କ ଉତ୍ତରାଧିକାରୀ, ଶ୍ରଦ୍ଧାଳୁ, ବିରୋଧୀ କଂଗ୍ରେସ ଓ ବିଜେପି। ବିଜେପି କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ଭଗବାନ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଧରିବାକୁ ଚାହୁଁନାହାନ୍ତି। ତେଣୁ କମିଶନ ରିପୋର୍ଟକୁ ସାର୍ବଜନୀନ କରୁନାହାନ୍ତି। ଯାହାକୁ ନେଇ ମନରେ ବହୁତ କ୍ଷୋଭ ରହିଛି ବୋଲି ଶ୍ରୀ ମହାନ୍ତି।

ସେପଟେ କନ୍ଧମାଳ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ କହିଛନ୍ତି, ଦଙ୍ଗା ସମୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିଲା। ସାରା ବିଶ୍ୱରେ କନ୍ଧମାଳ ନିନ୍ଦିତ ହେଲା। ଦଙ୍ଗାରେ ବହୁ ଧନଜୀବନ ନଷ୍ଟ ହେଲା। କିନ୍ତୁ ଘଟଣାରେ କେତେ କ୍ଷୟକ୍ଷତି ହେଲା ଓ ସ୍ୱାମୀଜୀଙ୍କ ହତ୍ୟାକାରୀ କିଏ ଆଜି ଜଣାପଡିଲାନି। ରାଜ୍ୟ ସରକାର ଦୁଇ ଦୁଇଟି କମିଶନ ରିପୋର୍ଟ ପାଇଛନ୍ତି କିନ୍ତୁ ତା’କୁ ଜାଣିଶୁଣି ସାର୍ବଜନୀନ କରୁନାହାନ୍ତି। ଅତିଶୀଘ୍ର ରାଜ୍ୟ ସରକାର କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରନ୍ତୁ। ଯାହା ଫଳରେ ସମସ୍ତେ ସତ୍ୟତା ଜାଣିପାରିବେ ବୋଲି ଅଜୟନ୍ତୀ ପ୍ରଧାନ କହିଛନ୍ତି।

Advertisment

ତେବେ ଉଭୟ ବିରୋଧୀ ଦଳର ମନ୍ତବ୍ୟ ଉପରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପ୍ରତିକ୍ରିୟା ରଖି କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ତେଣୁ ସରକାର ଉପଯୁକ୍ତ ସମୟରେ ଏହାକୁ ନିଶ୍ଚିତ ପ୍ରକାଶ କରିବେ।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe