Advertisment

'ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ'ର ଲେଖକ ସମ୍ମାନୀତ

ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ ଓ ବିଚାର ଏକାତ୍ମ ମାନବ ଦର୍ଶନ ଉପରେ ଆଧାରିତ ପୁସ୍ତକ' ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ'ର ଓଡ଼ିଆ ଭାଷାରେ ଅନୁବାଦ କରିଥିବା ଯୁବ ଲେଖକ ରିତେଶ ପୃଷେଠଙ୍କୁ ସମ୍ମାନୀତ କରା ଯାଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
BJP

BJP

ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତରେ ସମ୍ମାନୀତ ହୋଇଛନ୍ତି ଯୁବକ ଲେଖକ ରିତେଶ ପୃଷେଠ। ଓଡ଼ିଶା ବିଜେପିର ଇଣ୍ଟେଲେକ୍ଟୁଆଲ ସେଲ ପକ୍ଷରୁ ତାଙ୍କୁ ସମ୍ମାନୀତି କରାଯାଇଛି। ପଣ୍ତିତ ଦୀନଦୟାଲଙ୍କ ଜୟନ୍ତୀ ଉପଲକ୍ଷେ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 

Advertisment

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଅରୁଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ସଜ୍ଜନ ଶର୍ମା, ଭୁବନାନନ୍ଦ ତ୍ରିପାଠୀ ଓ ସୁଦର୍ଶନ ସାହୁ ଉପସ୍ଥିତ ଥିଲେ।

ଏହି ଅବସରରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ ଓ ବିଚାର ଏକାତ୍ମ ମାନବ ଦର୍ଶନ ଉପରେ ଆଧାରିତ ପୁସ୍ତକ' ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ'ର ଓଡ଼ିଆ ଭାଷାରେ ଅନୁବାଦ କରିଥିବା ଯୁବ ଲେଖକ ରିତେଶ ପୃଷେଠଙ୍କୁ ସମ୍ମାନୀତ କରା ଯାଇଥିଲା।

Advertisment

ରିତେଶ ପୃଷେଠଙ୍କ ଘର ସୁନ୍ଦରଗଡ ସହରରେ ଓ ସେ ଭାରତୀୟ ଜନସଂଚାର ସଂସ୍ଥାନ ( IIMC ) ପୂର୍ବତନ ଛାତ୍ର। ସେ ଏବେ ଓଡ଼ିଶା ହାଇକୋର୍ଟରେ ଅଧିବକ୍ତା ଭାବେ କାର୍ଯ୍ୟରତ ଅଛନ୍ତି। 

'ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ' ପୁସ୍ତକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯିବା ସହିତ ଏକାତ୍ମ ମାନବ ଦର୍ଶନର ରାଜନୀତିକ, ସାମାଜିକ, ଆର୍ଥିକ, ଭାଷାଗତ ପକ୍ଷ ତଥା ଏହାର ବର୍ତ୍ତମାନ ରାଜନୀତିକ ସନ୍ଦର୍ଭରେ ପ୍ରୟୋଗ ବିଷୟରେ ଉଲ୍ଲେଖ କରାଯାଇଛି ।

Bjp Books