Advertisment

ଜାଇଲୋ ଓଲଟି ୨ ମୃତ, ୭ ଆହତ

ଉମରକୋଟ: ଛତିଶଗଡ଼ର ବିଶ୍ରାମପୁର ନିକଟରେ ଆଜି ଏକ ଜାଇଲୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ନୀତିଶ ଚିନ୍ତାପାତ୍ର ଓ ପ୍ରଦୀପ ମନ୍ତୋ। ନୀତିଶ ରାଇଘର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ପ୍ରଦୀପ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ମାଲିକ ତଥା ଡ୍ରାଇଭର ଥିଲେ। ରାଇଘର ବ୍ଲକ୍‌ର କୁନ୍ଦେଇ ଥାନା ଅନ୍ତର୍ଗତ ପରଚିପାରା ଗାଁର ଆଠ ଜଣ […]

ଜାଇଲୋ ଓଲଟି ୨ ମୃତ, ୭ ଆହତ

accident

Advertisment

ଉମରକୋଟ: ଛତିଶଗଡ଼ର ବିଶ୍ରାମପୁର ନିକଟରେ ଆଜି ଏକ ଜାଇଲୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ନୀତିଶ ଚିନ୍ତାପାତ୍ର ଓ ପ୍ରଦୀପ ମନ୍ତୋ। ନୀତିଶ ରାଇଘର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ପ୍ରଦୀପ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ମାଲିକ ତଥା ଡ୍ରାଇଭର ଥିଲେ।

Advertisment

ରାଇଘର ବ୍ଲକ୍‌ର କୁନ୍ଦେଇ ଥାନା ଅନ୍ତର୍ଗତ ପରଚିପାରା ଗାଁର ଆଠ ଜଣ ବ୍ୟକ୍ତି ଛତିଶଗଡ଼ର ରାଜଧାନୀ ରାୟପୁରକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ। ତେବେ ଛତିଶଗଡ଼ର ବିଶ୍ରାମପୁର ନିକଟରେ ଗାଡ଼ିର ଆଗ ଚକ ଫାଟି ଯାଇଥିଲା। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତମାନଙ୍କୁ ବିଶ୍ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଗାଡ଼ିର ମାଲିକ ତଥା ଡ୍ରାଇଭରଙ୍କ ଘର ପାଉରବେଲା-୧ରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe