ଦୀପାବଳି ପାଇଁ ବାଣ ବଜାର ସରଗରମ

ଭୁବନେଶ୍ୱର: ଦୀପାବଳି ପାଇଁ ସରଗରମ ବାଣ ବଜାର। ଏଥର ଫ୍ୟାନସି ବାଣର ଚାହିଦା ରାଜଧାନୀରେ ବେଶ୍ ରହିଛି। ଗ୍ରାହକଙ୍କ ଚାହିଦାକୁ ଦେଖି ରାଜଧାନୀରେ ବିଭିନ୍ନ ସ୍ଥାନରେ ବାଣର ପସରା ମେଲିଛି। ତାଳ ଫୋଟକା, ଝୁର ଝୁରି, ଧପଧପି, କୁମ୍ପି ସହ ଚାଇନା ବାଣର ଚାହିଦା ରହିଛି। ସେହିପରି ଷ୍ଟାଇଲିସ ଦୀପ ଓ କ୍ୟାଣ୍ଡେଲ ବଜାରରେ ଉପଲବ୍ଧ ରହିଛି। ବାଣ ଦୋକାନ ଖୋଲିଥିବା ସ୍ଥାନରେ ନିରାପଦ ପାଇଁ ବାଲି, ପାଣି ସାଙ୍ଗକୁ ଅଗ୍ନି ନିର୍ବାପକ ଯନ୍ତ୍ର ମହଜୁଦ ରହିଛି। ଏପଟେ ନିରାପଦ ଦୀପାବଳି ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। କୌଣସି ଅଘଟଣ ଘଟିଲେ ତୁରନ୍ତ ଚିକିତ୍ସା ଲାଗି ହସପିଟାଲ କର୍ତ୍ତୃପକ୍ଷ  ମଧ୍ୟ ପ୍ରସ୍ତୁତ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।