Advertisment

ଭୁବନେଶ୍ୱର: ପରିତ୍ୟକ୍ତ କୂଅରୁ ଭାଲୁ ଛୁଆ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବାରଙ୍ଗ ନିକଟ ଫୁଲପୋଖରୀ ଗାଁରେ ଏକ ପରିତ୍ୟକ୍ତ କୂଅ ଭିତରୁ ଆଜି ଗୋଟିଏ ମାଈ ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀ, ଅଗ୍ନିଶମ ବିଭାଗ,  କମିଶନରେଟ୍ ପୋଲିସ୍ ଓ ନନ୍ଦନକାନନ କର୍ମଚାରୀଙ୍କ ସହାୟତାରେ ଏହି  ୩ବର୍ଷ ବୟସର ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ଭାଲୁ ଛୁଆଟି ଚନ୍ଦକା ଜଙ୍ଗଲୁ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରେ ଭାଲୁ ଗାଁ ଭିତରକୁ ପ୍ରବେଶ କରିବା ପରେ ଏହି ଗଭୀର କୂଅ […]

ଭୁବନେଶ୍ୱର: ପରିତ୍ୟକ୍ତ କୂଅରୁ ଭାଲୁ ଛୁଆ ଉଦ୍ଧାର

bhalu

Advertisment

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବାରଙ୍ଗ ନିକଟ ଫୁଲପୋଖରୀ ଗାଁରେ ଏକ ପରିତ୍ୟକ୍ତ କୂଅ ଭିତରୁ ଆଜି ଗୋଟିଏ ମାଈ ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀ, ଅଗ୍ନିଶମ ବିଭାଗ,  କମିଶନରେଟ୍ ପୋଲିସ୍ ଓ ନନ୍ଦନକାନନ କର୍ମଚାରୀଙ୍କ ସହାୟତାରେ ଏହି  ୩ବର୍ଷ ବୟସର ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ଭାଲୁ ଛୁଆଟି ଚନ୍ଦକା ଜଙ୍ଗଲୁ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି।

Advertisment

ଗତକାଲି ରାତିରେ ଭାଲୁ ଗାଁ ଭିତରକୁ ପ୍ରବେଶ କରିବା ପରେ ଏହି ଗଭୀର କୂଅ ଭିତରେ ପଡିଯାଇଥିବା ଗାଁ ଲୋକ କହିଛନ୍ତି।

ବନ ଅଧିକାରୀ କମଳ କୁମାର ପଟ୍ଟନାୟକ କହିଛନ୍ତି,“ ପରିତ୍ୟକ୍ତ କୂଅ ଭିତରେ  ଭାଲୁ ଛୁଆଟି ପଡ଼ିଥିବା  ଗାଁ ଲୋକ ଆମକୁ ଖବର ଦେଇଥିଲେ।  ଆମେ ଆସି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ଜଣାଇଥିଲୁ। ବନ କର୍ମଚାରୀ, ଅଗ୍ନିଶମ ବିଭାଗ କମିଶନରେଟ୍ ପୋଲିସ୍ ଓ ନନ୍ଦନକାନନ କର୍ମଚାରୀଙ୍କ ସହାୟତାରେ ଭାଲୁ ଛୁଆକୁ ଉଦ୍ଧାର କରାଯାଇଥିଲା। ଭାଲୁ ଛୁଆକୁ ଉଦ୍ଧାର କରାଯାଇ ନନ୍ଦନକାନନ ପଠାଇ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe