Advertisment

ଭୁବନେଶ୍ୱର: ବିରଳ କୋଚିଲା ଖାଇ ପକ୍ଷୀ ଉଦ୍ଧାର

ଭୁବନେଶ୍ୱର:  ଚନ୍ଦକା ପଥରଗାଡିଆ ଅଞ୍ଚଳରୁ ଏକ ବିରଳ କୋଚିଲା ଖାଇ ପକ୍ଷୀ ଉଦ୍ଧାର କରାଯାଇଛି । ପିପୁଲ୍ସ ଫର ଆନିମଲ୍ ଅନୁଷ୍ଠାନ ପକ୍ଷରୁ ପକ୍ଷୀଟିକୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ଏହି ବିରଳ ପ୍ରଜାତିର ପକ୍ଷୀ ଘଞ୍ଚ ଜଙ୍ଗଲରେ ରହିଥାଏ। ଉଦ୍ଧାର ପାଇଥିବା ଏହି ଚଢେଇଟି ଉଡି ପାରୁନାହିଁ। କେହି ତାକୁ ଘରେ ରଖିଥିଲେ ବୋଲି ସନ୍ଦେହ କରାଯାଉଛି। ଚଢେଇର ଥଣ୍ଟରେ ସାମାନ୍ୟ ଆଘାତ ରହିଛି। ପକ୍ଷୀଟିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ […]

ଭୁବନେଶ୍ୱର: ବିରଳ କୋଚିଲା ଖାଇ ପକ୍ଷୀ ଉଦ୍ଧାର

bird

Advertisment

ଭୁବନେଶ୍ୱର:  ଚନ୍ଦକା ପଥରଗାଡିଆ ଅଞ୍ଚଳରୁ ଏକ ବିରଳ କୋଚିଲା ଖାଇ ପକ୍ଷୀ ଉଦ୍ଧାର କରାଯାଇଛି । ପିପୁଲ୍ସ ଫର ଆନିମଲ୍ ଅନୁଷ୍ଠାନ ପକ୍ଷରୁ ପକ୍ଷୀଟିକୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ଏହି ବିରଳ ପ୍ରଜାତିର ପକ୍ଷୀ ଘଞ୍ଚ ଜଙ୍ଗଲରେ ରହିଥାଏ। ଉଦ୍ଧାର ପାଇଥିବା ଏହି ଚଢେଇଟି ଉଡି ପାରୁନାହିଁ। କେହି ତାକୁ ଘରେ ରଖିଥିଲେ ବୋଲି ସନ୍ଦେହ କରାଯାଉଛି। ଚଢେଇର ଥଣ୍ଟରେ ସାମାନ୍ୟ ଆଘାତ ରହିଛି। ପକ୍ଷୀଟିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡାଯିବ ବୋଲି ଭୁବନେଶ୍ୱର ରେଞ୍ଜ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe