Advertisment

ବୌଦ୍ଧ: ଅଗ୍ନିକାଣ୍ଡରେ ୧୫ ବଖରା ଘର ପାଉଁଶ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅଁଳାପାଲି ପଞ୍ଚାୟତର ବାଦିକଟା ଗାଁର ହରିଜନ ସାହିରେ ଅଗ୍ନିକାଣ୍ଡ ଯୋଗୁଁ ୭ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଯାଇଛି। ଲୋକେ ଘରେ ରଖିଥିବା ଧାନ,ଚାଉଳ ପୋଡ଼ି ଯାଇଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇଁ ବାଉଁଶୁଣୀରୁ ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ। ବୌଦ୍ଧ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି […]

ବୌଦ୍ଧ: ଅଗ୍ନିକାଣ୍ଡରେ ୧୫ ବଖରା ଘର ପାଉଁଶ

fire

Advertisment

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅଁଳାପାଲି ପଞ୍ଚାୟତର ବାଦିକଟା ଗାଁର ହରିଜନ ସାହିରେ ଅଗ୍ନିକାଣ୍ଡ ଯୋଗୁଁ ୭ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଯାଇଛି। ଲୋକେ ଘରେ ରଖିଥିବା ଧାନ,ଚାଉଳ ପୋଡ଼ି ଯାଇଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

Advertisment

ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇଁ ବାଉଁଶୁଣୀରୁ ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ। ବୌଦ୍ଧ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe