Advertisment

ବୁଣାକର ମାନଙ୍କ ପାଇଁ ପ୍ରସ୍ତୁତ ହେବ ଡାଟାବେସ୍

ଭୁବନେଶ୍ୱର: ରାଜ୍ୟରେ ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରିବେ ରାଜ୍ୟ ସରକାର। ବୁଣାକାରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବସ୍ତ୍ର ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିପାରିବ। ଭୁବନେଶ୍ୱରରେ ଜାତୀୟ ହ୍ୟାଣ୍ଡଲୁମ୍ ଏକ୍ସପୋକୁ ଉଦଘାଟନୀ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଜାତୀୟ ହସ୍ତତନ୍ତ ମେଳାରେ ଲୋକଙ୍କ ଭିଡ଼ ଜମୁଛି। ଗୋଟିଏ ସ୍ଥାନରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ […]

author-image
Rakesh Mallick
ବୁଣାକର ମାନଙ୍କ ପାଇଁ ପ୍ରସ୍ତୁତ ହେବ ଡାଟାବେସ୍

mela

melaଭୁବନେଶ୍ୱର: ରାଜ୍ୟରେ ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରିବେ ରାଜ୍ୟ ସରକାର। ବୁଣାକାରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବସ୍ତ୍ର ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିପାରିବ। ଭୁବନେଶ୍ୱରରେ ଜାତୀୟ ହ୍ୟାଣ୍ଡଲୁମ୍ ଏକ୍ସପୋକୁ ଉଦଘାଟନୀ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଜାତୀୟ ହସ୍ତତନ୍ତ ମେଳାରେ ଲୋକଙ୍କ ଭିଡ଼ ଜମୁଛି। ଗୋଟିଏ ସ୍ଥାନରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ସାମଗ୍ରୀ ବିକ୍ରି କରାଯାଉଛି। ପ୍ରଦର୍ଶନୀରେ ମୋଟ ୧୦୦ଟି ଷ୍ଟଲ୍ ମଧ୍ୟରୁ ଓଡ଼ିଶାର ୨୫ଟି ଷ୍ଟଲ୍ ରହିଛି। ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି  ମେଳାରେ ଲୋକେ କିଣା ବିକା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସୁସ୍ୱାଦ ଖାଦ୍ୟର ମଜା ଉଠାଉଛନ୍ତି।