Advertisment

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାଶ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରି ଛତ୍ରପୁର, ବ୍ରହ୍ମପୁର ଓ ପୋଲସରାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଯେକୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ କିଛି ଯୁବ କଂଗ୍ରେସ କର୍ମଙ୍କୁ ଅଟକ ରଖିଥିଲା। ମଙ୍ଗଳବାର ପୂର୍ବହ୍ନ ପ୍ରାୟ ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଛତ୍ରପୁରଠାରେ ପହଞ୍ଚିଥିଲେ। ସେଠାରେ ସେ ୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଡ଼ିପିଓ, […]

author-image
Rakesh Mallick
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାଶ

cm-ganjam

cm-ganjam1ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରି ଛତ୍ରପୁର, ବ୍ରହ୍ମପୁର ଓ ପୋଲସରାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଯେକୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ କିଛି ଯୁବ କଂଗ୍ରେସ କର୍ମଙ୍କୁ ଅଟକ ରଖିଥିଲା।

Advertisment

ମଙ୍ଗଳବାର ପୂର୍ବହ୍ନ ପ୍ରାୟ ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଛତ୍ରପୁରଠାରେ ପହଞ୍ଚିଥିଲେ। ସେଠାରେ ସେ ୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଡ଼ିପିଓ, ତହସିଲ ଓ ଦକ୍ଷତା ବୃଦ୍ଧି ତାଲିମ୍ କେନ୍ଦ୍ରର ଉଦଘାଟନ କରିଥିଲେ। ଏହା ସହ ନୂତନ ରାସ୍ତା ଓ ଲନ୍ ଟେନିସ୍ କୋର୍ଟ ପାଇଁ ଶୁଭ ଦେଇଥିଲେ।

ସେଠାରୁ ବ୍ରହ୍ମପୁର ଉପଖଣ୍ଡ ହଳଦିଆପଦର ଯାଇ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ବସଷ୍ଟାଣ୍ଡ ଓ ସିଟିବସ୍ ଡ଼ିପୋର ଉଦଘାଟନ କରିଥିଲେ। ପରେ ବ୍ରହ୍ମପୁରଠାରେ ୧୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ରାମଲିଙ୍ଗଶ୍ୱର ବନ୍ଧର ସୌନ୍ଦର୍ଯ୍ୟକରଣ, ପାର୍କ, ହେଲଥ କ୍ଲବ, ଫୁଡ଼ ପାର୍କ ଓ ଜିମ୍ କ୍ଲବ ପାଇଁ  ଶୁଭ ଦେଇଥିଲେ। ଏହାସହ ବ୍ରହ୍ମପୁରର ଜଳ ସମସ୍ୟାର ଦୂରୀକରଣ ପାଇଁ ଦକ୍ଷିଣପୁରଠାରେ ନୂତନ ଜଳ ଭଣ୍ଡାର ନିର୍ମାଣ ପାଇଁ ଶୁଭ ଦେଇଥିଲେ।

Advertisment

ଜଳ ଭଣ୍ଡାର କାମର ଶୁଭ ଦେବା ପରେ ମୁଖ୍ୟମନ୍ତ୍ରୀ ଖଲିକୋଟ ବିଶ୍ୱ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଛାତ୍ର ସଂସଦର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ନୂତନ କ୍ୟାମ୍ପସ୍ ପାଇଁ ଶୁଭ ଦେଇଥିଲେ।

cm-ganjamଦୀର୍ଘବର୍ଷର ଦାବି ପୂରଣ ସହ ମୁଖ୍ୟମନ୍ତ୍ରୀ ବହୁ କଲ୍ୟାଣ ମୂଳକ କାମ ପାଇଁ ଶୁଭ ଦେଇଥିବାରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ  ବିଜେପି ଓ କଂଗ୍ରେସ ବିରୋଧ ନ କରି ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରାଯାଇଥିଲା। ଗଞ୍ଜାମ ଏସପି, ବ୍ରହ୍ମପୁର ଏସପି ଓ ସର୍ଦନ ରେଞ୍ଜ ଆଇଜି, ଆରଡ଼ିସି ଓ ଜିଲ୍ଲାପାଳ ପ୍ରମୁଖ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଯୁବ କଂଗ୍ରେସ ପକ୍ଷରୁ ବିରୋଧର ସମ୍ଭାବନା ଥିବାରୁ ବ୍ରହ୍ମପୁରଠାରେ ନଗର ଯୁବ କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ସାହୁଙ୍କ ସମେତ ୭ ଜଣଙ୍କୁ ବିଏନପୁର ଥାନା ଓ ଗୋଷାଣିନୂଆଗାଁ ଥାନାରେ ଅଟକ ରଖାଯାଇଥିଲା। ପୋଲିସର ଏପରି କାର୍ଯ୍ୟକଳାପକୁ ଯୁବ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି।

ଅନ୍ୟପଟେ ଜିଲ୍ଲା ବିଜେପି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ନ ଥିଲେ ବି ଏକ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ କରାଯାଇଛି। ବ୍ରହ୍ମପୁର ସହର ସ୍ମାର୍ଟ ସିଟିରୁ କାହିଁକି

ବାଦ୍ ପଡ଼ିଲା, ଏଯାବତ୍ ବିମାନବନ୍ଦର କାହିଁକି ହୋଇ ପାରିଲା ନାହିଁ, ଜଳ ସମସ୍ୟା କାହିଁକି ଦୂର ହୋଇ ପାରିନାହିଁ ଆଦି ପ୍ରଶ୍ନ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କରାଯାଇଛି।