Advertisment

ଦେବଗଡ:ବାଲି ବୋଝେଇ ମିନିଟ୍ରକ ଓଲଟି ୨ ଶ୍ରମିକ ମୃତ

ଦେବଗଡ: ଦେବଗଡ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଗଜୁରିବଣୀ ନିକଟରେ ଏକ ବାଲି ବୋଝେଇ ମିନିଟ୍ରକ ଓଲଟି ପଡିବା ଫଳରେ ଦୁଇଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟ ଘଟିଛି। ଗୁରୁବାର ସକାଳୁ ବାଲି ବୋଝେଇ ମିନି ଟ୍ରକଟି ବାରକୋଟ ପଟରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।

author-image
Rakesh Mallick
ଅଦ୍ୟତନ ହୋଇଛି
Odisha Road Mishap

Odisha Road Mishap

ଦେବଗଡ: ଦେବଗଡ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଗଜୁରିବଣୀ ନିକଟରେ ଏକ ବାଲି ବୋଝେଇ ମିନିଟ୍ରକ ଓଲଟି ପଡିବା ଫଳରେ ଦୁଇଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟ ଘଟିଛି। ଗୁରୁବାର ସକାଳୁ ବାଲି ବୋଝେଇ ମିନି ଟ୍ରକଟି ବାରକୋଟ ପଟରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଟ୍ରକଡାଲାରେ ବସିଥିବା ଶ୍ରମିକ ଦୁଇଜଣ ବାଲି ମଧ୍ୟରେ ପୋତି ହୋଇ ଦୀର୍ଘ ସମୟ ରହିଯାଇ ଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା। ମୃତ ଶ୍ରମିକ ମାନଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାପରେ ଦୁଇଘଣ୍ଟାର ରାସ୍ତା ଅବରୋଧ ହଟିଥିଲା।

Advertisment